ଓଡ଼ିଶାରେ ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ୧.୯ ଲକ୍ଷ ନୂଆ ଗ୍ରାହକ ଯୋଡିଛି : ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ ଅଗଷ୍ଟ ମାସରେ ୧.୯ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଗ କରିଥିବା ଏହି ମାସ ପାଇଁ ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି ।

ଏଥିସହିତ ଓଡ଼ିଶାରେ ସମ୍ପ୍ରତି ଜିଓର ୪୦.୨୮% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ମୋବାଇଲ ଗ୍ରାହକ ସଂଖ୍ୟା ୧.୩୪ କୋଟିକୁ ବୃଦ୍ଧିପାଇଛି। ଦେଶର ମାତ୍ର ତିନିଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନପାଇଛି ଯେଉଁଠାରେ ଜିଓ ଦୂରସଂଚାର କ୍ଷେତ୍ରରେ ୪୦% ଗ୍ରାହକ ବଜାର ଅଂଶକୁ ଅତିକ୍ରମ କରିଯାଇଛି ।

ଟ୍ରାଇ ପକ୍ଷରୁ ୨୦୨୦ ଅଗଷ୍ଟ ମାସ ନିମନ୍ତେ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରାଜ୍ୟରେ ରିଲାଏନ୍ସ ଜିଓ ଏହି ମାସରେ ସର୍ବାଧିକ ୧.୯୦ ଲକ୍ଷ ବ୍ୟବହାରକାରୀ ଯୋଗକରିଛି । ସେହି ସମୟରେ ଉଭୟ ଏୟାରଟେଲ ଏବଂ ବିଏସଏନଏଲ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ ଆଇଡିଆର ବ୍ୟବହାରକାରୀ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। ଅଗଷ୍ଟରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧.୭୮ଲକ୍ଷ ବୃଦ୍ଧିପାଇ ୨୦୨୦ ଅଗଷ୍ଟ ୩୧ ସୁଦ୍ଧା ୩.୩୩ କୋଟିରେ ପହଞ୍ଚିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଓ ନିରବଚ୍ଛିନ୍ନ ଭାବେ ଓଡ଼ିଶା ଏବଂ ସମଗ୍ର ଦେଶରେ ନିଜର ସର୍ବବୃହତ ୪ଜି ନେଟୱର୍କ, ଦ୍ରୁତ ନେଟୱର୍କ ସମ୍ପ୍ରସାରଣ, ଏପର୍ୟ୍ୟନ୍ତ ସଂଯୁକ୍ତ ହୋଇନଥିବା ଅଞ୍ଚଳଗୁଡିକୁ ସଂଯୋଗକରି ତଥା ପ୍ରତ୍ୟେକ ବର୍ଗର ଗ୍ରାହକଙ୍କୁ ସୁହାଇବା ଭଳି ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁଥିବା ଅଫର୍‍ ସହିତ ଲକ୍ଷାଧିକ ନୂଆ ବ୍ୟବହାରକାରୀ ଯୋଗ କରିଚାଲିଛି । ଟ୍ରାଇ ପକ୍ଷରୁ ଏହି କ୍ଷେତ୍ର ଉପରେ ନିକଟରେ ପ୍ରକାଶିତ ଆର୍ଥିକ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାରେ ଜିଓ ମୋଟ ରାଜସ୍ୱ ଆୟ ହିସାବରେ ୫୦% ବଜାର ଅଂଶ ଅତିକ୍ରମ କରି ଉଭୟ ଗ୍ରାହକ ସଂଖ୍ୟା ଏବଂ ରାଜସ୍ୱ ଆୟଭିତ୍ତିକ ବଜାର ଅଂଶରେ ଏକ ନମ୍ବର ସ୍ଥାନକୁ ସୁଦୃଢ କରିପାରିଛି ।

ଜିଓ ନିଜର ୪ଜି ମୋବାଇଲ ନେଟୱର୍କ ସମ୍ପ୍ରସାରଣ କରିବା ସହିତ ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା ପ୍ରଦାନକାରୀ ଜିଓଫାଇବର୍‍ର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରୁଛି । ଓଡ଼ିଶାରେ ପର୍ୟ୍ୟାୟକ୍ରମେ ବହୁ ନଗର ଓ ସହରାଞ୍ଚଳରେ ଉପଲବ୍ଧ କରାଯାଉଥିବା ଜିଓଫାଇବର ସେବା ସମ୍ପ୍ରତି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନୁଗୁଳ ଏବଂ ଜଟଣୀ ସମେତ ୧୮ଟି ନଗର ଓ ସହରରେ ଉପଲବ୍ଧ ହେଉଛି ।

ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ନିର୍ଭରଯୋଗ୍ୟ ଇଂଟରନେଟ ସଂଯୋଗ ଜରୁରୀ ଆବଶ୍ୟକତା ପାଲଟିଥିବାବେଳେ ଅତ୍ୟନ୍ତ ସୁଲଭ ମୂଲ୍ୟରେ ସେବା ଯୋଗାଣ ସହିତ ଜିଓଫାଇବର୍‍ର ଆକର୍ଷଣୀୟ ପ୍ଲାନ୍‍ଗୁଡିକ ପ୍ରକୃତପକ୍ଷେ ଅସୀମିତ ଇଂଟରନେଟ, ଅସୀମିତ ଭଏସ୍‍ କଲିଂ, ସିମେଟ୍ରିକ ସ୍ପିଡ (ଅପ୍‍ଲୋଡ ସ୍ପିଡ=ଡାଉନଲୋଡ ସ୍ପିଡ) ପ୍ରଦାନ କରୁଛି ଏବଂ ସୁଲଭ ପ୍ଲାନଗୁଡିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଛି । ଜିଓଫାଇବର ମଧ୍ୟ ନୂତନ ଗ୍ରାହକଙ୍କ ପାଇଁ ନିଃସର୍ତ୍ତ ୩୦ଦିନ ଅବଧିର ମାଗଣା ଟ୍ରାଏଲ ଯୋଗାଇ ଦେଉଛି, ଯେଉଁଠି ଏହା ଗ୍ରାହକଙ୍କୁ ୧୫୦ ଏମବିପିଏସ୍‍ ଏବଂ ଅସୀମିତ ଇଂଟରନେଟ ସହିତ ୧୦ଟି ପ୍ରିମିୟମ ଓଟିଟି ଆପ୍‍ ମାଗଣାରେ ୩୦ ଦିନ ପାଇଁ ଯୋଗାଇଦେଉଛି ଏବଂ ମାଗଣା ଟ୍ରାଏଲ ପରବର୍ତ୍ତୀ ସମୟରେ ଗ୍ରାହକ ଯଦି ଚାହାନ୍ତି ତେବେ ତାହାକୁ ଫେରସ୍ତ ନେବାର ବିକଳ୍ପ ମଧ୍ୟ ରଖିଛି ।

Comments are closed.