ବିଶ୍ୱର ଦ୍ବିତୀୟ ଦାମୀ ବ୍ରାଣ୍ଡ – ରିଲାଏନ୍ସ

ନୂଆଦିଲ୍ଲୀ: କୋଭିଡ ସମୟରେ ବିଶ୍ୱରେ ଅନେକ ନାମୀ କମ୍ପାନୀ ସେମାନଙ୍କର ଅସ୍ତିତ୍ବକୁ ନେଇ ସଂଘର୍ଷ କରୁଥିବାବେଳେ ଦେଶର ବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ (ଆରଆଇଏଲ) ସଫଳତାର ପାହାଚ ପରେ ପାହାଚ ଚଢ଼ିବାରେ ଲାଗିଛି। ନିକଟରେ ଆରଆଇଏଲ ମୁଖ୍ୟ ମୁକେଶ ଅମ୍ବାନୀ ବିଶ୍ୱ ଧନୀ ତାଲିକାରେ ଶ୍ରେଷ୍ଠ ୧୦ ଜଣ ମଧ୍ୟକୁ ଆସିଯାଇଥିବାବେଳେ ବର୍ତ୍ତମାନ ତାଙ୍କ କମ୍ପାନୀ ଆରଆଇ ଲ ଏବେ ବିଶ୍ୱର ଦ୍ବିତୀୟ ବୃହତ ବ୍ରାଣ୍ଡର ପରିଚୟ ହାସଲ କରିଛି। ଫିଉଚର ବ୍ରାଣ୍ଡ ଇଂଡ଼େକ୍ସ ୨୦୨୦ରେ ଆରଆଇଏଲକୁ ବିଶ୍ୱର ଏଭଳି ନାମୀ ବ୍ରାଣ୍ଡ ମାନ୍ୟତା ଦିଆଯାଇଛି। ଏହି ସୂଚୀର ପ୍ରଥମ ସ୍ଥାନରେ ଆମେରିକାର ଟେକ୍ନୋଲୋଜି କମ୍ପାନୀ ଆପଲ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆରଆଇଏଲ ପ୍ରଥମ ଥର ପାଇଁ ଏହି ଫିଉଚର ବ୍ରାଣ୍ଡ ଇଂଡ଼େକ୍ସ ତାଲିକାରେ ସାମିଲ ହୋଇ ସିଧାସଳଖ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି।

ମୁକେଶଙ୍କ ନେତୃତ୍ୱାଧୀନ ଏହି ଗ୍ରୁପ ଶକ୍ତିଠାରୁ ଆରମ୍ଭ କରି ପେଟ୍ରୋକେମିକାଲସ, ଟେକ୍ସଟାଇଲ, ରିଟେଲ, ଟେଲିକମ ଏବଂ ନାଚୁରାଲ ରିସୋରସେସ କ୍ଷେତ୍ରରେ ନିଜର ଦବଦବା ରଖିଥିବା ଫିଉଚର ବ୍ରାଣ୍ଡ ପକ୍ଷରୁ କୁହାଯାଇଛି।

Comments are closed.