୫.୯୫ ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ – ଗୁଜରାଟ ସରକାର ଏମ୍‌ଓୟୁ ସ୍ୱାକ୍ଷରିତ

ଅହମଦାବାଦ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ମୋଟ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ଲାଗି ଗୁଜରାଟ ସରକାରଙ୍କ ସହ ଆଜି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି। ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ ୨୦୨୨ ପାଇଁ ନିବେଶ ପ୍ରସାର କାର୍ଯ୍ୟକଳାପର ଅଂଶ ଭାବେ ସ୍ୱାକ୍ଷରିତ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୧୦ ଲକ୍ଷ ପ୍ରତ୍ୟକ୍ଷ/ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଗୁଜରାଟକୁ କାର୍ବନ ମୁକ୍ତ ଓ ନେଟ୍ ଜିରୋ କରିବା ଲାଗି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ପାୱାର ପ୍ଲାଂଟ୍ ଓ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ବିକଶିତ କରିବା ଲାଗି ୧୦-୧୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବାର ପ୍ରସ୍ତାବ ରହିଛି। ଆର୍‌ଆଇଏଲ୍ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଏବଂ ନୂତନ ପ୍ରଯୁକ୍ତି ଓ ନବସୃଜନକୁ ଗ୍ରହଣ କରିବା ଲାଗି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରାଯିବ ଯଦ୍ୱାରା ଅକ୍ଷୟ ଶକ୍ତି ଓ ଗ୍ରିନ୍ ହାଇଡ୍ରୋଜେନ୍‌ର କ୍ୟାପ୍ଟିଭ୍ ବ୍ୟବହାର ବୃଦ୍ଧି ପାଇବ।

Comments are closed.