ଅନୀଲ ଅମ୍ବାନୀଙ୍କ ନାମରେ ମାମଲା ରୁଜୁ କଲେ ଚୀନର ତିନୋଟି ବ୍ୟାଙ୍କ

୪୮୪୭କୋଟି ଟଙ୍କାର ଋଣ ଅଭିଯୋଗ

ମୁମ୍ବଇ : ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ନାମରେ ଶନିବାର ଚୀନର ତିନୋଟି ବ୍ୟାଙ୍କ ଲଣ୍ଡନର ଏକ ଅଦାଲତରେ ମାମଲା ରୁଜୁ କରିଥିବା ଜଣାପଡିଛି। ୪୮୪୭କୋଟି ଟଙ୍କାର ଋଣ ପରିଷୋଧ ନ କରିବା ଅଭିଯୋଗରେ ତିନୋଟି ବ୍ୟାଙ୍କ ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି।
ସୂଚନା ଅନୁସାରେ, ଚୀନର ତିନୋଟି ବ୍ୟାଙ୍କ ଦି ଇଣ୍ଡରଷ୍ଟିଆଲ ଆଣ୍ଡ କର୍ମସିଆଲ ବ୍ୟାଙ୍କ ଅଫ ଚାଇନା(ଆଇସିବିସି), ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଏକ୍ସପୋର୍ଟ ଇନପୋର୍ଟ ବ୍ୟାଙ୍କ ଅଫ ଚାଇନାରୁ ଅନୀଲ ଅମ୍ବାନୀ ୨୦୧୨ରେ ୯୨.୫୨କୋଟି ଟଙ୍କାର ଋଣ ନେଇଥିଲେ। ଏହି ଋଣକୁ ପରିଷୋଧ କରିବାର ଶେଷ ତାରିଖ ୨୦୧୭ମସିହା ଥିଲା। ମାତ୍ର ଅନୀଲ ଏହି ସମୟ ମଧ୍ୟରେ ଋଣ ପରିଷୋଧ କରିନଥିଲେ। ବର୍ତ୍ତମାନ ତାଙ୍କ ଉପରେ ୬୮କୋଟି ଡଲାର ଅର୍ଥାତ ୪୮୪୭କୋଟି ଟଙ୍କା ବାକି ରହିଥିବା ଚୀନର ଏହି ତିନୋଟି ବ୍ୟାଙ୍କ ଅଭିଯୋଗ ଆଣିଛନ୍ତି।

Comments are closed.