ରିଲାଏନ୍ସ ମେଗା ରାଇଟ ଇସ୍ୟୁ : ବଢ଼ୁଛି ଅଂଶୀଦାରଙ୍କ ଆଗ୍ରହ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରୀ ପକ୍ଷରୁ ୫୩,୧୨୪ କୋଟି ଟଙ୍କାର ରାଇଟସ୍ ଇସ୍ୟୁ ଘୋଷଣା କରାଯାଇଛି। ଏଥିପ୍ରତି ଅଂଶୀଦାରଙ୍କ ଆଗ୍ରହ ବଢ଼ିବା ସହ ସୋମବାର ୧.୧ ଗୁଣ ଅଧିକ ଗ୍ରାହକ ଅଂଶଧନ କିଣିଥିବା ଜଣାପଡିଛି। ଷ୍ଟକ ଏକ୍ସଚେଂଜ ତଥ୍ୟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆରଆଇଏଲ)ର ୪୬.୦୪ କୋଟି ଟଙ୍କାର ରାଇଟସ୍ ଅଂଶଧନ ପାଇଁ ଆବେଦନ ମିଳିଛି। ଯାହା ଲକ୍ଷ୍ୟଠାରୁ ୮.୯ ପ୍ରତିଶତ ଅଧିକ। ବିଏସଇ ୪୪.୮୫ କୋଟିର ରାଇଟସ ଅଂଶଧନ ପାଇଁ ଆବେଦନ ଗ୍ରହଣ କରିଥିବା ବେଳେ ଏନଏସଇକୁ ୦.୫୭ କୋଟିର ଏବଂ ଅଣ ଏଏସବିଏରେ ୦.୬୨କୋଟିର ଅଂଶଧନ ପାଇଁ ଆବେଦନ ମିଳିଛି। ଆବଶ୍ୟକତା ଠାରୁ ଅଧିକ ଅଂଶଧନ ପାଇଁ ଆବେଦନ ହୋଇଥିବା ଜଣାପଡିଛି। ଏହି ରାଇଟସ ବିକ୍ରି ପାଇଁ ଆହୁରି ଦୁଇ ଦିନ ବାକି ରହିଛି। ଏହି ସମୟରେ ଆହରି ଅଧିକ ଅଂଶଧନ ପାଇଁ ଆବେଦନ ହେବାର ସମ୍ଭାବନା ରହିଥିବା ଅର୍ଥନୀତି ବିଶାରଦ ଆଶଙ୍କା କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆରଆଇଏଲରେ ୨୫.୪ ଲକ୍ଷ ଖୁଚୁରା ଅଂଶଧନକାରୀ ରହିଛନ୍ତି। ତା’ଛଡା ୧୭୦୦ ଅନୁଷ୍ଠାନ ମଧ୍ୟ ଅଂଶଧନକାରୀ ରହିଛନ୍ତି।

Comments are closed.