ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ ପାଇଁ ୪ ଜିଲା ଓ ରାଉରକେଲା ସହରରେ କୋହଳ ହେବ ସଟ୍‌ଡାଉନ୍ କଟକଣା

ଭୁବନେଶ୍ବର : ଅଗଷ୍ଟ ୧୫ ସ୍ବାଧୀନତା ଦିବସ ପାଇଁ କୋହଳ ହେଲା କଟକଣା । ସ୍ବାଧୀନତା ଦିବସରେ ବର୍ତ୍ତମାନ ସଟ୍‌ଡାଉନ୍‌ ଥିବା ୪ ଜିଲା ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ସମେତ ରାଉରକେଲା ସହରରେ ସଟଡାଉନ କଟକଣାକୁ କିଛି ଘଣ୍ଟା ପାଇଁ କୋହଳ ହେବ । ଏହି ୪ ଜିଲା ଏବଂ ରାଉରକେଲା ମ୍ୟୁନିସପାଲଟିରେ ସପ୍ତାହିକ ସଟଡାଉନ୍‌କୁ କିଛି ଘଣ୍ଟା ପାଇଁ କୋହଳ କରାଯିବା ନେଇ  ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି ।

୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ ସଟଡାଉନ କଟକଣା । ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ପାଇଁ କଟକଣାକୁ କୋହଳ କରାଯାଇଛି । ତେବେ ଏହି ସମୟରେ କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନହେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୂରତା ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ପତାକା ଉତ୍ତୋଳନ ସ୍ଥାନକୁ ଭଲଭାବରେ ସାନିଟାଇଜ କରାଯିବ।

 

Comments are closed.