ଅଟା ପେଷିବା ପାଇଁ କାଢୁ ଥିଲେ ଗହମ ; ବାହାରିଲା ସାପ

ଉତ୍ତରପ୍ରଦେଶର ଲଖିମପୁର ଖୀରୀ ଜିଲାରେ ଫୁଲବେହଡ଼ ଥାନା ଅନ୍ତର୍ଗତ ସୁନ୍ଦରବଲ କସୱେ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏହି ଅଞ୍ଚଳରେ ବାସ କରୁଥିବା ଗୋଟିଏ ପରିବାରର ଏକ ମହିଳା ଗହମ ରଖାଯାଇଥିବା ଏକ ଡ଼୍ରମରୁ ଗହମ କାଢିବା ସମୟରେ ଏକ ବିଶାଳକାୟ ନାଗ ସାପ ହଠାତ ବାହାରିବାରୁ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, କସୱେ ଅଞ୍ଚଳରେ ରହୁଥିବା ଉକ୍ତ ପରିବାରର ମହିଳା ଜଣଙ୍କ ଅଟା ଫେସାଇବା ପାଇଁ ଗହମ ବାହାର କରିବା ସମୟରେ ହଠାତ ଏକ ନାଗ ସାପ ଫଣା ଉଠାଇ ବାହାରି ଆସିଲା।
ସାପକୁ ଦେଖିବା ମାତ୍ରେ ମହିଳା ଜଣଙ୍କ ଖୁବ ଜୋରରେ ପାଟି କରିବାକୁ ଲାଗିଲେ। ଏହାପରେ ସେଠାରେ ଲୋକେ ଏକାଠି ହୋଇଗଲେ।
ଘଟଣାସ୍ଥଳରେ ଥିବା ଲୋକେ ସାପଟିକୁ ସେହି ଗହମ ଥିବା ଡ଼୍ରମରେ ଦେଖି ରହିଥିବାର ଦେଖିବାକୁ ପାଇଲେ। ଏହାରେ ଗ୍ରାମର ଜଣେ ଯୁବକ ସାହସର ସହ ସାପଟିକୁ ଧରି ଡ଼ବା ଭିତରେ ରଖିବା ସହ କିଛି ଗ୍ରାମବାସୀଙ୍କ ସହ ମିଶି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇ ଆସିଥିବା ଜଣାପଡ଼ିଛି।

 

Comments are closed.