ରମଜାନ ମାସରେ ମତଦାନ ସମୟ ପରିବର୍ତ୍ତନ ହେବନି ; ସୁପ୍ରିମକୋର୍ଟରେ ଆବେଦନ ଖାରଜ

ନୂଆଦିଲ୍ଲୀ : ରମଜାନ ମାସରେ ସକାଳ ୭ଟା ପରିବର୍ତ୍ତେ ଭୋର ୫ଟାରୁ ମତଦାନ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ସୋମବାର ଖାରଜ ହୋଇଛି । ଏହି ଆବେଦନ ଉପରେ କୌଣସି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ମତଦାନର ସମୟ ଓ ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ଏହାକୁ ନିର୍ଦ୍ଧାରଣ କରିବା ନିର୍ବାଚନ ଆୟୋଗଙ୍କ ଅଧିକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ନିର୍ବାଚନ ସମୟରେ ରମଜାନ ମାସ ଆରମ୍ଭ ହୋଇ ଥିବାରୁ ଅଧିକ ଗରମ ଏବଂ ଖରାକୁ ନଜରରେ ରଖି ମତଦାନ ସମୟରେ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଥିଲା । ସକାଳ ୭ଟା ପରିବର୍ତ୍ତେ ସକାଳ ୫ଟାରୁ ମତଦାନ ଆରମ୍ଭ କରିବାକୁ ଓକିଲ ନିଜାମୁଦ୍ଦୀନ ପାଶା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଗତ ମେ ୨ରେ ସୁପ୍ରିମକୋର୍ଟ ଏହା ଉପରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଥିଲେ ।

 

Comments are closed.