ନିୟମିତ ଖାଆନ୍ତୁ ପନିର୍

ଭାରତୀୟ ଶାକାହାରୀ ବ୍ୟଞ୍ଜନରେ ପନିରର ଆଦର ରହିଛି। ବିଶେଷ ପର୍ବପର୍ବାଣିରେ ଅଧିକାଂଶଙ୍କ ଘରେ ପନିର୍ ତରକାରି ପରଷାଯାଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଘରେ ପନିର୍ ତିଆରି କରି ସପ୍ତାହକୁ ୨-୩ଥର ଖାଇପାରିବେ। ବଜାରରେ ମିଳୁଥିବା ଫ୍ରୋଜେନ୍ ପନିର୍‌କୁ ଯଥାସମ୍ଭବ କମ୍ ବ୍ୟବହାର କରିବା ଭଲ। କାରଣ ଏଥିରେ ରାସାୟନିକ ତତ୍ତ୍ବ ମିଶିବାର ଭୟ ଥାଏ।

-ସେଲେନିୟମ୍ ଓ ପୋଟାସିୟମ୍ ତତ୍ତ୍ବ ଭରପୂର ପନିର୍‌ ଆମ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ପିଲାଠାରୁ ବୟସ୍କ ସମସ୍ତେ ଏହା ଖାଇପାରିବେ। ମଧୁମେହ ରୋଗୀ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ।
-ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ପ୍ରତିଦିନ ପନିର୍ ଖାଇବା ଉଚିତ। କେଟୋ ଡାଏଟ୍‌ରେ ପନିର୍‌ ପ୍ରତିଦିନ ଖାଇବାକୁ ପରାମର୍ଶ ଦିଆଯାଇଥାଏ।
-ପନିର୍ ଖାଇଲେ ସ୍ମୃତିଶକ୍ତି ବୃଦ୍ଧି ହେବାରେ ସହାୟକ ହେଉଥିବାବେଳେ ବୟସ୍କ ପିଢ଼ି ପ୍ରତିଦିନ ଅଳ୍ପ ପରିମାଣରେ ଖାଇବା ଭଲ। ଏ ବାବଦରେ ବିଶେଷଜ୍ଞ ମତ ଦେଇଛନ୍ତି, ଗୋଟିଏ କିମ୍ବା ଦୁଇ ଖଣ୍ଡ ପନିର୍ ମଧ୍ୟ ଖାଇପାରିବେ। ଆଲଜାଇମର୍ସ ଓ ଡିମେନ୍‌ସିୟା ରୋଗୀଙ୍କ ଉପରେ ପରୀକ୍ଷା କରାଯିବା ପରେ ଜଣାପଡ଼ିଛି, ସ୍ମୃତିଶକ୍ତି ଭଲ ରଖିବା ନିମନ୍ତେ ପ୍ରତିଦିନ ପନିର୍ ଖାଇବା ଭଲ।
-ଯୁବତୀ ଓ ମହିଳାଙ୍କ ନିମନ୍ତେ ଏହା ଏକ ପୋଷକତତ୍ତ୍ବ ଭରପୂର ଖାଦ୍ୟ। ପ୍ରସବ ପରେ ଶରୀରକୁ ଶକ୍ତି ଦେବା ନିମନ୍ତେ ମହିଳାମାନେ ପନିର୍ ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ଉଚିତ।
-ପନିର୍‌ରେ ଥିବା ତତ୍ତ୍ବ ଆମ ଦାନ୍ତ ଓ ହାଡ଼କୁ ମଧ୍ୟ ଶକ୍ତ କରିଥାଏ। ସକାଳ ଜଳଖିଆ ହେଉ କିମ୍ବା ଦ୍ବିପହର ଭୋଜନ ଅବା ରାତ୍ରି ବେଳା, ଯେ କୌଣସି ସମୟରେ ପନିର୍ ଖାଇଲେ ତାହା ଭଲରେ ହଜମ ହୋଇଯାଏ। ହେଲେ ପନିରକୁ ଅଧିକ ପରିମାଣରେ ଖାଇବା ଅନୁଚିତ।
-ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଭରପୂର ପନିର୍ ଖାଇଲେ ଆମ କେଶ ଓ ତ୍ବଚାର ସମସ୍ୟା ମଧ୍ୟ ଦୂର ହୁଏ। ପୋଟାସିୟମ୍ ଏଇ ଖାଦ୍ୟରେ ମଜହୁଦ୍ ଥିବାରୁ ତାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃଦ୍‌ରୋଗୀଙ୍କ ନିମନ୍ତେ ଏକ ଉତ୍ତମ ଖାଦ୍ୟ ବୋଲି ବିଶେଷଜ୍ଞଙ୍କ ମତ।

Comments are closed.