କୋଭିଡ ଟୀକା ପାଇଁ ରେଜିଷ୍ଟ୍ରେସନ ବନ୍ଦ, ଅଧିକାରୀ ଏକା ସମ୍ଭାଳିଲେ ଅଫିସ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗତ ୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ସରକାରୀ କର୍ମଚାରୀମାନଙ୍କୁ ଟୀକା ଦିଆଯାଉଛି। ଆଜି ବୌଦ୍ଧ ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କୋଭିଡ ଟୀକା ଦିଆଯାଇଥିଲା। ଟୀକା ନେବାପରେ କର୍ମଚାରୀମାନେ ଆଉ କାର୍ଯ୍ୟାଳୟକୁ ଆସି ନଥିଲେ ଫଳରେ ଆଜି ସମସ୍ତ ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଜମିବାଡି କିଣା ବିକା କରିବା ପାଇଁ ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ସେମାନଙ୍କ କାମ ନ ହେବାରୁ ଶେଷରେ ବାଧ୍ୟ ହୋଇ ନିରାଶରେ ଫେରିଥିଲେ। ସେପଟେ ଉପନିବନ୍ଧକ ଓ ବିବାହ ଅଧିକାରୀ କାର୍ଯ୍ୟାଳୟରେ ବସି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଯଦି କର୍ମଚାରୀମାନଙ୍କୁ ଟୀକା ଦିଆଯିବାର କାର୍ଯ୍ୟକ୍ରମ ରହିଥିଲା ତାହାହେଲେ ଆଗୁଆ ଏ ସଂପର୍କରେ ସୂଚନା ଦିଆଯାଇଥିଲେ ଲୋକମାନେ ହଇରାଣ ହରକତ ହୋଇ ନ ଥାନ୍ତେ ବୋଲି ରେଜିଷ୍ଟ୍ରେସନ କରିବାକୁ ଆସିଥିବା ଲୋକମାନେ ଅଭିଯୋଗ କରିଛନ୍ତି।

 

Comments are closed.