୧୮ବର୍ଷ ବୟସ ନାଗରିକଙ୍କୁ ଟିକା : ୨୮ତାରିଖରୁ ପଞ୍ଜିକରଣ

ନୂଆଦିଲ୍ଲୀ : ୧୮ବର୍ଷ ବୟସରୁ ଅଧିକ ବର୍ଷର ନାଗରିକମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ଦେବା ପାଇଁ ଚଳିତମାସ ୨୮ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ସମସ୍ତ ଯୋଗ୍ୟ ନାଗରିକମାନେ କୋ-ୱିନ ପୋଟାଲ cowin.gov.in.ରେ ପଞ୍ଜୀକରଣ କରିପାରିବେ । ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ କୋଭିଡ୍‍ ଟିକାକରଣ ଆସନ୍ତାମାସ ପହିଲାରୁ ଆରମ୍ଭ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ୧୮ବର୍ଷ ବୟସରୁ ଅଧିକ ବୟସର ନାଗରିକମାନଙ୍କ ପଞ୍ଜୀକରଣ ପାଇଁ ଆସନ୍ତା ୨୪ତାରିଖ ସୁଦ୍ଧା କୋ-ୱିନ ପୋଟାଲ ପ୍ରସ୍ତୁତ ହୋଇଯିବ ।
ଏହି ପର୍ଯ୍ୟାୟରେ ପୂର୍ବଭଳି ଟିକାକରଣ କେନ୍ଦ୍ରଗୁଡିକରେ ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ୪୫ବର୍ଷ ବୟସରୁ
ଅଧିକ ବୟସ ନାଗରିକମାନଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ । ଟିକା ନିର୍ମାତାମାନେ ସେମାନଙ୍କର ମାସିକ ଉତ୍ପାଦନର
୫୦ପ୍ରତିଶତ କେନ୍ଦ୍ର ସରକାରଙ୍କୁ ଯୋଗାଇ ଦେବା ସହିତ ଅବଶିଷ୍ଟ୫୦ଭାଗ ରାଜ୍ୟ ସରକାର ଏବଂ ଖୋଲା ବଜାରକୁ ପଠାଇବେ ।

Comments are closed.