ଅନ୍ୟରାଜ୍ୟରୁ ଓଡିଶା ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଅନ୍ୟ ରାଜ୍ୟରେ କାମକରୁଥିବା ବହୁ ପ୍ରବାସୀ ଓଡିଆ ସେଠାରେ ଫଶି ରହିଛନ୍ତି । ଲକ୍ ଡାଉନ ପାଇଁ କାମ ବନ୍ଦ ରହିଥିବା ବେଳେ ଏହି ପ୍ରବାସୀ ଓଡିଆମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଣୁ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଛି । ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ପଞ୍ଜୀକରଣ । ଓଡ଼ିଶାକୁ ଆସିବା ଆଗରୁ ରେଜିଷ୍ଟ୍ରେସନ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ବିନା ପଞ୍ଜୀକରଣରେ କୌଣସି ଲୋକଙ୍କୁ ଓଡ଼ିଶା ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା ନାହିଁ ବୋଲି କୁହାଯାଇଛି। ଅନଲାଇନ୍ ଜରିଆରେ ଆପଣମାନେ ଏହି ପଞ୍ଜୀକରଣ କରିପାରିବେ ।

କେମିତି କରିବେ ରେଜିଷ୍ଟ୍ରେସନ…

  • ରାଜ୍ୟ ସରକାରଙ୍କ covid19.odisha.gov.in  ପୋର୍ଟାଲକୁ ଯାଆନ୍ତୁ
  • ଏହି ପୋର୍ଟାଲ ଖୋଲିବା ମାତ୍ରେ ଲକ୍ ଡାଉନ ପରେ ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜିକରଣ ଫର୍ମ  ଅପସନରେ କ୍ଲିକ୍ କରନ୍ତୁ
  • ଏହପରେ ସେଠାରେ ପଞ୍ଜିକରଣ ପୂର୍ବରୁ କିଛି ସର୍ତ୍ତାବଳୀ ବା ଚୁକ୍ତିନାମା ଦିଆଯାଇଛି
  • ଏହି ସର୍ତ୍ତାବଳୀ ବା ଚୁକ୍ତିନାମା ପଢିବା ପରେ ପଞ୍ଜିକରଣ କରନ୍ତୁ
  • ପଞ୍ଜିକରଣ ସମୟରେ ସମସ୍ତ ସଠିକ ତଥ୍ୟ ଯେପରିକି କେଉଁଠି ଅଛନ୍ତି, ନାମ, ମୋବାଇଲ ନମ୍ବର ,କେଉଁ ସ୍ଥାନକୁ ଆସିବେ ଇତ୍ୟାଦି
  • ସମସ୍ତ ତଥ୍ୟ ଦେବାପରେ submit ଅପସନରେ କ୍ଲିକ କରନ୍ତୁ

Comments are closed.