ଆବଶ୍ୟକ ହେଲେ ପଞ୍ଜିକରଣ ତାରିଖ ବୃଦ୍ଧି ହେବ – ଜେଏନୟୁ ଭିସି

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କୁଳପତି ଏମ. ଜଗଦୀଶ କୁମାର କହିଛନ୍ତି, ଛାତ୍ରାବାସ ଶୁଳ୍କ ବୃଦ୍ଧି ନେଇ ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଦ୍ୱାରା ପୂର୍ବରୁ ନିଆଯାଇଥିବା ସମସ୍ତ ନିଷ୍ପତ୍ତି ଲାଗୁ କରାଯାଇଛି। ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନର ପାଞ୍ଚ ଜଣିଆ ଦଳ ମଧ୍ୟରେ ହୋଇଥିବା ବୈଠକରେ ଆବଶ୍ୟକ ପଡିଲେ ପୁଣି ଥରେ ପଞ୍ଜିକରଣ ତାରିଖ ବୃଦ୍ଧି ହେବ ବୋଲି କୁଳପତି କହିଛନ୍ତି। ସେହି ପାଞ୍ଚ ଜଣିଆ ଦଳରେ କୁଳପତି ମଧ୍ୟ ସାମିଲ ଥିଲେ।

କୁଳପତି କହିଛନ୍ତି, କ୍ୟାମ୍ପସ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ଏବଂ ଏବେର ସ୍ତିତି ଉପରେ ଆଲୋଚନା କରି ଛାତ୍ର ଏବଂ ପ୍ରଶାସନ ମଧ୍ୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର କରିବା ପ୍ରସଙ୍ଗ ଆଲୋଚନା ପାଇଁ ଏହି ଜରୁରୀକାଳୀନ ବୈଠକ ଡକାଯାଇଥିଲା। ବୈଠକରେ ଜେଏନୟୁ ରେଜିଷ୍ଟ୍ରାର ଏବଂ ୩ ଜଣ ରେକ୍ଟର ଏହି ବୈଠକରେ ଉପସ୍ଥିତ ଥିଲେ।

Comments are closed.