ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଆଜିଠାରୁ ବନ୍ଦ

ଭୁବନେଶ୍ବର : ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରକୁ ସୋମବାରଠାରୁ ବନ୍ଦ ରଖାଯିବ। ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସାଧାଣ ଦର୍ଶକଙ୍କ ପାଇଁ କର୍ତ୍ତୃପକ୍ଷ ବିଜ୍ଞାନ କେନ୍ଦ୍ରକୁ ବନ୍ଦ ରଖାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ସୂଚନା ଯୋଗ୍ୟ ହୋଲି ଏବଂ ଦୀପାବଳିକୁ ବାଦ ଦେଇ ବର୍ଷର ଅନ୍ୟ ସମସ୍ତ ଦିନରେ ଏହି କେନ୍ଦ୍ର ଦର୍ଶକଙ୍କ ପାଇଁ ଖୋଲାଥାଏ।

Comments are closed.