ଆଞ୍ଚଳିକ ଦଳଙ୍କୁ ୨୦୧୬-୧୭ରେ ମିଳିଛି ୯୧.୩୭ କୋଟି ଟଙ୍କା ଚାନ୍ଦା

0

ନୂଆଦିଲ୍ଲୀ : ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ୨୦୧୬-୧୭ରେ ମୋଟ ୯୧.୩୭ କୋଟି ଟଙ୍କା ଚାନ୍ଦା ଆକାରରେ ମଳିଛି। ସବୁଠୁ ଅଧିକ ଚାନ୍ଦା ପାଇ ଶିବସେନା ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଆମ ଆଦମୀ ପାର୍ଟି (ଆପ୍) ରହିଛି। ଗଣତାନ୍ତ୍ରିକ ସଂସ୍କାର ସଂସ୍ଥା (ଏଡିଆର) ଦ୍ୱାରା ମଙ୍ଗଳବାର ଜାରି ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଆଞ୍ଚଳିକ ଦଳଗୁଡ଼ିକୁ ୨୦,୦୦୦ ଏବଂ ତା’ଠାରୁ ଅଧିକ ଟଙ୍କାର ଚାନ୍ଦା ଆକାରରେ ୯୧.୩୭ କୋଟି ୬,୩୩୯ ଟଙ୍କା ଚାନ୍ଦା ଆକରରେ ମିଳିଛି। ଏହା ମଧ୍ୟରେ ଶିବସେନାକୁ ୨୯୭ ଜଣ ୨୫.୬୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଏହା ପଛକୁ ଆପକୁ ୩,୮୬୫ ଜଣ ୨୪.୩୭ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଏହି କ୍ରମରେ ଶିରୋମଣି ଅକାଳି ଦଳ ତୃତୀୟ ସ୍ଥାନରେ ରହିଛି। ଅକାଳି ଦଳକୁ ୧୫.୪୫ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି। ଆଞ୍ଚଳିକ ଦଳଗୁଡ଼ିକ ଦ୍ୱାରା ନିର୍ବାଚନ ଆୟୋଗକୁ ଦିଆଯାଇଥିବା ସୂଚନା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆସାମ ଗଣ ପରିଷଦ, ଅକାଳି ଦଳ, ଜେଡିଏସ୍‍, ମହାରାଷ୍ଟ୍ର ନବନିର୍ମାଣ ସେନାକୁ ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ଅଧିକ ଚାନ୍ଦା ମିଳିଛି।

Leave A Reply