ଉତ୍କଳ ବାହିନୀ ଓଡ଼ିଶା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଅଭିବାଦନ

କଟକ : ଉତ୍କଳ ବାହିନୀ ଓଡ଼ିଶା ପକ୍ଷରୁ କରୋନା ଯୋଦ୍ଧାଙ୍କ ଅଭିବାଦନ ନିମନ୍ତେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଛି । ସଂଗଠନର ରାଜ୍ୟ ଆବାହକ ପୁଣ୍ୟୋଶ୍ଳୋକ ମହାନ୍ତିଙ୍କ ତତ୍ତ୍ବାବଧାନରେ ଓଡ଼ିଶା ଜୁଡିସିଆଲ ଏକାଡେମୀ ନିକଟସ୍ଥ ଭେଲୋର ଘାଟ ପଡିଆରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ଉତ୍କଳ ବାହିନୀ ଓଡ଼ିଶା ପରିବାର ଏକତ୍ରିତ ହୋଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ସାମାଜିକ ଦୂରତା ବଜାୟ ରଖି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ।
ଉତ୍କଳ ବାହିନୀ ଓଡ଼ିଶାର ସଂପାଦକ ପ୍ରପୁଲ ଜେଠୀ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାବଧାତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ଦଳେଇ, ପ୍ରାଶାନ୍ତ ବେହେରା, ଦୀପକ ମହାରଣା, ନିଲମ ଦାସ, ସୁଶାନ୍ତ ମହାନ୍ତି, ଜ୍ଞାନ ରଂଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.