କଟକଣା ଏଠି ବାଟବଣା ; କରୋନାକୁ ନିମନ୍ତ୍ରଣ କରୁଛି ଅତାବିରା ଚାଉଳ ବଣ୍ଟନକେନ୍ଦ୍ର

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଏବେ କରୋନା ଜନିତ ମୃତ୍ୟୁ ବିଭୀଷିକାରେ । ଲୋକେ ଆଜି ଜୀବନର ପ୍ରତିମୁହୁର୍ତ୍ତକୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ତଥାପି ଲୋକ ସତର୍କ ହେଉ ନାହାନ୍ତି କି ଅନ୍ୟ ମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେଉ ନାହାନ୍ତି। ଯାହା ଦେଖିବାକୁ ମିଳିଛି ଅତାବିରା ଏନ୍ ଏ ସି ସ୍ଥିତ ଚାଉଳ ବଣ୍ଟନ କେନ୍ଦ୍ରରେ। ଏଠି ନା ରହୁଛି ସାମାଜିକ ଦୂରତା ନା କଟକଣା ନିୟମ। ଆଜି କରୋନାର ଭୟାବହତା ଯୋଗୁ ସରକାର ବିବାହ ଆଦି ସାମୁହିକ କାର୍ୟ୍ୟରେ ମାତ୍ର ୨୫ ଜଣ ରହିପାରିବେ ବୋଲି କଟକଣା ଜାରି କରିଥିବା ବେଳେ ଚାଉଳ ବଣ୍ଟନ କେନ୍ଦ୍ରରେ ସବୁ ନିୟମ କୁ ଉଲ୍ଲଂଘନ କରାଯାଉଛି।
ଏହି କେନ୍ଦ୍ର ମାନଙ୍କରେ ସକାଳ ୭ ଟାରୁ ଲୋକ ଭିଡ଼ ଜମାଉଛନ୍ତି ଦୀର୍ଘ ସମୟ ଧରି କାହା ମୁହଁ ରେ ତୁଣ୍ଡୀ ଅଛି ତ ଆଉ କିଏ ଲୋକ ଦେଖ।ଣିଆ ଭାବରେ ମୁହଁରେ ତୁଣ୍ଡୀଟିଏ  ଦେଇ ପୁଲିସ ଠାରୁ ଦଣ୍ଡ ନ ପାଇବାର ବାହାନା କରୁଛି।
ଏମାନଙ୍କ ଭିତରେ ଜଣେ ସଂକ୍ରମିତ ଥିଲେ ତାହା ଅନେକ ପରିବାରକୁ ସଂକ୍ରମିତ କରିବ। ସଂକ୍ରମଣ ଅଣାୟତ୍ତ ହେଉଥିବା ବେଳେ ଏମିତି ଭିଡ଼ ଜମିବା ଅର୍ଥ କରୋନାକୁ ଆହୁରି ନିମନ୍ତ୍ରଣ କରିବ। ତେଣୁ ପ୍ରଶାସନ ଏଥିପ୍ରତି କଡାକଡି ପଦକ୍ଷେପ ନେବା ପାଇଁ ଅଞ୍ଚଳରେ ଦାବି ହେଉଛି ।

Comments are closed.