ବିଜେପି ଲଇଡା ମଣ୍ଡଲ ପକ୍ଷରୁ ବାଜପେୟୀଙ୍କ ପୁଣ୍ୟତିଥି ପାଳନ

ରେଙ୍ଗାଲି : ବିଜେପି ଲଇଡା ମଣ୍ଡଲ ପକ୍ଷରୁ ୧୬ ତାରିଖ ସୋମବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ପାଳନ କରାଯାଇଥିଲା ।  ସଭାପତି ପ୍ରକାଶ ପୃଷ୍ଟି ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅଟଳବିହାରୀ ବାଜପେୟୀ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଏବଂ ପୂଜା ଅର୍ଚ୍ଚନା କରଯାଇଯିବା ପରେ ଉପସ୍ଥିତ କର୍ମକର୍ତ୍ତା ମାନେ ବାଜପେୟୀଙ୍କ ବ୍ୟକ୍ତିତ୍ୱ, ରାଜନୈତିକ ଜୀବନ ଏବଂ ତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ହୋଇଥିବା ବିଭିନ୍ନ ଯୁଗାନ୍ତକାରୀ ଯୋଜନାର ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଲ ସମ୍ପାଦକ ନରେଶ ତଣ୍ଡିଆ,ଲଇଡା ପଞ୍ଚାୟତ ସଭାପତି ସନ୍ତୋଷ ଶର୍ମା, ଉପ-ସଭାପତି ରାଜେନ୍ଦ୍ର ମୁଣ୍ଡା,ଜନଜାତି ମୋର୍ଚ୍ଚା ସଭାପତି ଅଶୋଲ ରୋହିଦାସ, ସେବକରାମ ରୋହିଦାସ,ଯୁବମୋର୍ଚ୍ଚା ସଭାପତି ରାଜୁ ସିଂଦେଓ, ନିର୍ମଳ ସାହୁ,ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.