ଓଜନ କମ୍ କରିବାର ଉପାୟ

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷାଦିନରେ କେତୋଟି ନିୟମ ମାନି ଭୋଜନ କଲେ ଓଜନ କମ୍ ହୁଏ। ପ୍ରତି ସପ୍ତାହରେ ଖାଦ୍ୟତାଲିକା ପ୍ରସ୍ତୁତ କରି ସେଇ ଅନୁସାରେ ଖାଇବା ସମସ୍ତଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଏ।
-ଆଣ୍ଟିଅକ୍ସିଡାଣ୍ଟ ଭରପୂର ସମସ୍ତ ପ୍ରକାର ବର୍ଷାଦିନିଆ ଫଳକୁ ନିୟମିତ ଭାବେ ଖାଆନ୍ତୁ। ଏଇ ଋତୁରେ ବଜାରରେ ଅଙ୍ଗୁର, ଜାମୁକୋଳି, ଆତ ମିଳୁଥିବାବେଳେ ସକାଳ ଜଳଖିଆରେ ଏସବୁ ଖାଇବା ଭଲ। ଫଳ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ବାରମ୍ବାର ଭୋକ ଲାଗେନାହିଁ।
-ଅନ୍ୟ ଏକ ମୁଖ୍ୟ କଥା ଖାଇବାର ସମୟ ରଖନ୍ତୁ। ସକାଳ ୮ଟାବେଳେ ଜଳଖିଆ ଖାଇଲେ ପୁଣି ଦିନ ୧୧ଟାବେଳକୁ କୌଣସି ଫଳ କିମ୍ବା ଫଳରସ ପିଇବା ଭଲ। ସମୟକ୍ରମେ ଏହି ଅଭ୍ୟାସ ହିଁ ଆପଣଙ୍କ ଓଜନ କମ୍ କରିବାରେ ସହାୟକ ହେବ।
-ପ୍ରତିଥର ଭୋଜନ ପୂର୍ବରୁ ୧-୨ ଗିଲାସ ପାଣି ପିଇବାକୁ ଚେଷ୍ଟା କରନ୍ତୁ। ଭୋଜନ ପରେ ମଧ୍ୟ ପାଣି ପିଇବା ଭଲ। ପୂରା ଦିନ ଭିତରେ ୯-୧୦ ଗିଲାସ ପାଣି ପିଇବାର ଅଭ୍ୟାସ ରଖିବା ଜରୁରୀ।
-ପନିପରିବା ମିଶା ସୁପ୍ ତିଆରି କରି ଦିନକୁ ଥରୁଟିଏ ନିଶ୍ଚୟ ପିଅନ୍ତୁ। ଏହି ସୁପ୍ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ।
-ବର୍ଷାଦିନେ ସକାଳବେଳା ଅଦା ଚା’ ପିଇବାର ଅଭ୍ୟାସ ରଖିବା ଭଲ। ଅଦା ଚା’ ଶରୀରକୁ ଶକ୍ତି ଯୋଗାଇବା ସହ ଓଜନ କମ୍ କରିବାରେ ସହାୟକ ହୋଇଥାଏ।
-ବାହାରକୁ ପ୍ରାତଃଭ୍ରମଣ ପାଇଁ ଯାଇପାରୁନଥିଲେ, ଘର ଭିତରେ ଚଲାବୁଲାର ଅଭ୍ୟାସ ରଖିବା ଭଲ। ଅତିକମ୍‌ରେ ୨୦-୩୦ ମିନିଟ୍ ଚାଲିଲେ ତାହା ଶରୀର ପାଇଁ ବ୍ୟାୟାମ ଭଳି କାମ କରେ।

Comments are closed.