କମିବ ଶୀତ : ଥଣ୍ଡାରୁ ଆଶ୍ବସ୍ତି

ଭୁବନେଶ୍ବର : ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢ଼ୁଛି । ଫଳରେ ପ୍ରବଳ ଥଣ୍ଡାରୁ ଆଶ୍ବସ୍ତି ମିଳିଛି । ରାଜ୍ୟର ସବୁଠୁ କମ ତାପମାତ୍ରା ୭.୪ଡ଼ିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି ସୋନପୁରରେ। ଅନୁଗୋଳ, ଟିଟିଲାଗଡ଼ ଓ ଦାରିଙ୍ଗବାଡ଼ିରେ ପାରଦ ୧୦ଡ଼ିଗ୍ରୀ ତଳେ ରହିଛି। ତେବେ ଏସବୁ ଅଞ୍ଚଳକୁ ବାଦ ଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ପାରଦ ତେଜିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆସନ୍ତା ୩ଦିନ ପର୍ଯ୍ୟନ୍ତ ୨ରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଚି। ତେଣୁ ତିନିଦିନ ପର୍ଯ୍ୟନ୍ତ ଥଣ୍ଡା ପ୍ରକୋପରୁ ତ୍ରାହି ମିଳିବ। ଅନ୍ୟପକ୍ଷରେ ଆସନ୍ତା ୪ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଲାଗିରହିବ। ଏହାଦ୍ବାରା ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବି​‌େ​ଶଷ କରି ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ଅନୁଗୋଳ, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ମାଲକାନଗିରି, ରାୟଗଡ଼ା, କେନ୍ଦୁଝରଗଡ଼, ଢ଼େଙ୍କାନାଳ ଓ କନ୍ଧମାଳରେ ଘନ କୁହୁଡ଼ି ଅନୁଭୂତ ହେବ। ୧୭ ରୁ ୧୯ ପର୍ଯ୍ୟନ୍ତ କୁହୁଡ଼ି ପ୍ରଭାବ ଜାରି ରହିବ।

Comments are closed.