ପରିତ୍ୟକ୍ତ କୂଅରୁ ମାଈ ହାତୀ ଉଦ୍ଧାର

ରେଢ଼ାଖୋଲ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଳ ରେଞ୍ଜ ଅନ୍ତର୍ଗତ କାଶିବାହାଲ ଗ୍ରାମ ନିକଟସ୍ଥ ପରିତ୍ୟକ୍ତ କୂଅରୁ ଶନିବାର ବିଳମ୍ବିତ ରାତିରେ ଏକ ମାଈ ହାତୀକୁ ଉଦ୍ଧରା କରାଯାଇଛି।

ସୂଚନା ଅନୁଯାୟୀ, ଉକ୍ତ କୂଅରେ ଶୁକ୍ରବାର ରାତିରେ ଏକ ମାଈ ହାତୀ ପଡିଯାଇଥିଲା। ଘଟଣାର ଖବର ପାଇ ଡିଏଫଓ ପ୍ରଦୀପ୍ତ କୁମାର ସାହୁ ବନକର୍ମଚାରୀଙ୍କ ସହିତ ଘଟଣା ସ୍ଥଳକୁ ରାତି ପ୍ରାୟ ସାଢେ ୯ଟା ବେଳେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ କୂଅ ପାଖରେ ଜଗିରହିଥିବା ଗର୍ଜନ ଛାଡୁଥିବା ହାତୀ ପଲଙ୍କୁ ଘଉଡ଼ାଇ ଯାଇଥିଲା। ପରେ ୨ଟି ଜେସିବି ମେସିନ ସାହାଯ୍ୟରେ କୂଅରୁ ଏକ ରାସ୍ତା ତିଆରି କରି ପ୍ରାୟ ୬ଘଣ୍ଟା ତଥା ରାତ୍ରୀ ପ୍ରାୟ ସାଢେ ୨ଟା ବେଳକୁ ହାତୀଟି ବାହାରକୁ ବାହାରି ଥିଲା। ବନବିଭାଗ ଚେଷ୍ଟା ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏକ ଅମୂଲ୍ୟ ଜୀବନ ବଞ୍ଚି ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.