ରେଢ଼ାଖୋଲ ଛକରେ ଇନୋଭା କାରକୁ ଗୁଳିକରି ଦୁବୃର୍ତ୍ତଙ୍କୁ କାବୁ

ଦୁବୃର୍ତ୍ତଙ୍କୁ କାବୁ କଲେ ବଲାଙ୍ଗିର ଓ ରେଢ଼ାଖୋଲ ପୁଲିସ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଭୀମଭୋଇ ଛକ ଠାରେ ଶୁକ୍ରବାର ରାତ୍ରି ପ୍ରାୟ ସାଢେ ୭ଟା ବେଳକୁ ହଠାତ୍‍ ଗୁଳି ଶବ୍ଦ ଶୁଭାଯାଇଥିଲା। ଗୁଳି ଶବ୍ଦ ଶୁଣି ଛକରେ ଥିବା ଲୋକ ମାନେ ରୁଣ୍ଡ ହୋଇଯାଇଥିଲେ। ଯଦିଓ ଏଭଳି ଘଟଣା ରେଢ଼ାଖୋଲ ସହରରେ ଏହା ପ୍ରଥମ ଘଟଣା। ହେଲେ ଏହାଥିଲା ବଲାଙ୍ଗିର ପୁଲିସର ଏକ ଅପରେସନ। ଦୁବୃର୍ତ୍ତ ମାନଙ୍କୁ ଧରିବା ପାଇଁ ବଲାଙ୍ଗିରରୁ ଗୋଡାଇ ଶେଷରେ ରେଢ଼ାଖୋଲ ପୁଲିସ ସହାୟତାରେ ଭୀମଭୋଇ ଛକ ଠାରେ ଧରିବାକୁ ସଫଳ ହୋଇଥିଲା ବଲାଙ୍ଗିର ପୁଲିସ। ପୁର୍ବରୁ ରେଢ଼ାଖୋଲ ପୁଲିସକୁ ସୁଚନା ଦେବାରୁ ରେଢ଼ାଖୋଲ ପୁଲିସ ଭୀମଭୋଇ ଛକ ଠାରେ ସ୍ପିଡ୍‍ବ୍ରେକର ଲଗାଇ ନାକା ବନ୍ଦି କରି ଜଗିରହିଥିଲେ।

ଘଟଣାରୁ ଜଣାପଡ଼ିଛି ଯେ, ପଛରୁ ଗୋଡାଉ ଥିବା ବଲାଙ୍ଗିର ପୁଲିସ ଭୀମଭୋଇ ଛକର ଅଳ୍ପ କିଛି ଦୁର ପୁର୍ବରୁ ଦୁବୃର୍ତ୍ତ ମାନଙ୍କ ଇନୋଭା କାରର ଡାହାଣ ପଟ ଦୁଇ ଚକକୁ ତିନି ରାଉଣ୍ଡ ଗୁଳି କରିଥିଲେ। ତେବେ ଗୁଳି ଫୁଟିବା ପରେ ମଧ୍ୟ କାରଟି କିଛି ରାସ୍ତା ଅର୍ଥାତ୍‍ ଭୀମଭୋଇ ଛକ ପର୍ଯ୍ୟନ୍ତ ଘୋଷାଡି ହୋଇ ଆସିଥିଲା। ପୁର୍ବରୁ ନାକାବନ୍ଦି ଜଗିରହିଥିବା ରେଢ଼ାଖୋଲ ପୁଲିସ ଓ ପଛରୁ ଗୋଡାଉଥିବା ବଲାଙ୍ଗିର ପୁଲିସ ମିଳିତ ଚଢଉ କରି ଦୁବୃର୍ତ୍ତ ମାନଙ୍କୁ କାବୁ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଡ୍ରାଇଭର ସମେତ ୪ରୁ ୫ ଜଣ ଇନୋଭାରେ ଥିଲେ ବୋଲି ଚର୍ଚ୍ଚା ହେଉଛି। ଦୃବୃର୍ତ୍ତ ମାନଙ୍କୁ ରେଢ଼ାଖୋଲ ଥାନାକୁ ନେଇଯାଇଥିଲେ। ସେହିପରି ସେମାନଙ୍କ(ଓଆର.୦୨.ଏକେ.୯୨୫୦) ନମ୍ବର ବିଶିଷ୍ଟ ଇନୋଭା କାରକୁ ଜବତ କରି ରେଢ଼ାଖୋଲ ଥାନାରେ ଅଟକ ରଖାଯାଇଛି।ଘଟଣା ସମ୍ପର୍କରେ ରେଢ଼ାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କୁ ପଚାରିବାରୁ ତଦନ୍ତର ଗୁରୁତ୍ୱ ଦୃଷ୍ଟିରୁ କିଛି କହିବାକୁ ମନା କରିଦେଇଥିଲେ।

 

 

 

Comments are closed.