୧୫ ହଜାର ଟଙ୍କାରେ ମାସକର ଶିଶୁକୁ ବିକ୍ରି କରିଦେଲେ ମହିଳା, ଅଭିଯୋଗ ପରେ ଉଦ୍ଧାର କଲା ପୁଲିସ

ରେଢ଼ାଖୋଲ  : ସମ୍ବଲପୁର ଜିଲା ଚାରମାଳ ଥାନା ଅଞ୍ଚଳରେ ୧୫ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ ହୋଇଛି। ଏନେଇ ଚାରମାଳ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଥାନାରେ ଅଭିଯୋଗ ପରେ ଚାରମାଳ ଥାନା ପକ୍ଷରୁ ଉକ୍ତ ଶିଶୁଟିକୁ ଉଦ୍ଧାର କରାଯାଇଛି। ସୂଚନାଅନୁସାରେ ଚାରମାଳ ଥାନା କେଉଁଟିବାହାଲି ଗାଁର ଜଣେ ଦମ୍ପତି ତାଙ୍କର ୧ମାସ ୭ ଦିନର ଶିଶୁକନ୍ୟାକୁ କୁଶାପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାରେ ବିକ୍ରି କରିଥିବା ଖବର ପାଇ ଚାରମାଳ ଚାଇଲ୍ଡ ଲାଇନ ପକ୍ଷରୁ ଚାରମାଳ ଥାନାରେ ଅଭିଯୋଗ କରାଯାଇଥିଲା। ଚାଇଲ୍ଡ ଲାଇନର ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଶିଶୁକନ୍ୟା କିଣି ଥିବା ରେଢ଼ାଖୋଲ ଥାନା କୁଶାପାଲି ଗ୍ରାମର ଲଳିତ ପ୍ରଧାନଙ୍କୁ ଥାନାକୁ ଆଣି ତଦନ୍ତ କରୁଥିବା ବେଳେ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଜଣାପଡିଛି।

Comments are closed.