ଭାଲୁ ଆକ୍ରମଣରେ ଦୁଇ ମୃତ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଞ୍ଜ ଟାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ଘଟଣାରୁ ପ୍ରକଶ ଯେ, ବଡ଼ବାହାଲ ରେଞ୍ଜ ବଣିଆବନ୍ଧ ଗ୍ରାମର କିଛି ଲୋକ ରଜ ପର୍ବ ଅବସରରେ ଜଙ୍ଗଲକୁ ମହୁ ଖାଇବା ପାଇଁ ଯାଇଥିଲେ। ହେଲେ ହଠାତ ଏକ ଜଙ୍ଗଲୀ ଭାଲୁ ଆସି ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ବଣିଆ ବନ୍ଧ ଗ୍ରାମର ଚେରୁ ମୁଣ୍ଡା(୫୦) ଓ  କୃଷ୍ଣ ମୁଣ୍ଡା (୪୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ସାଙ୍ଗରେ ଥିବା ଅଷାଢୁ ମୁଣ୍ଡା (୪୦)ଗୁରୁତର ଆହତ ହୋଇଥିଲେ। ତେବେ ଆଉ ଦୁଇଜଣ ତଥା ସୁବଳ ମୁଣ୍ଡା ଓ ସୁବନ ମୁଣ୍ଡା ଜୀବନ ବିକଳରେ ଏକ ଗଛ ଉପରକୁ ଚଢ଼ି ଯାଇଥିଲେ। ନରହନ୍ତା ଭାଲୁର ଚିତ୍କାର ଏତେ ଭୟଙ୍କର ଥିଲା ଯେ ତା ନିକଟକୁ କେହି ଯିବା ପାଇଁ ମଧ୍ୟ ସାହସ କରି ପାରି ନଥିଲେ। ତଥାପି ଗ୍ରାମବାସୀ ଏନେଇ ବନବିଭାଗକୁ ସୂଚନା ଦେବା ସହ ଏକତ୍ରିତ ହୋଇ ଘଟଣାସ୍ଥଳକୁ ଯାଇ ଭାଲୁକୁ ଘଉଡ଼ାଇ ଥିଲେ ଏବଂ ଗଛ ଉପରେ ଥିବା ସୁବଳ ଓ  ସୁବନଙ୍କୁ ଉଦ୍ଧାର କରିଥିଲେ।

Comments are closed.