ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଜଣେ ଗିରଫ

ରେଢ଼ାଖୋଲ : ରେଢ଼ାଖୋଲ ବନଖଣ୍ଡ ଅଧିନସ୍ଥ ବଡମାଳ ରେଂଜର ଟୁଡାବାହାଳ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଅବାଧ ହରିଣ ଶିକାର କିରଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଏହାସହିତ ଅନ୍ୟ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।
ବଡମାଳ ରେଂଜ କେସ ନଂ ୧୮/୨୦ରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୨(ବି)ସିସିରେ ଏକ ମାମଲା ରୁଜୁ କରି ଟୁଡାବହାଳ ଗ୍ରାମର ଉଦ୍ଧବ ଭୋଇ(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ଟୁଡାବାହାଳ ଗ୍ରାମର ସୁଶାନ୍ତ ଭୋଇ, ଶୁଶିଲ ଭୋଇ, ଧରଣି ଭୋଇ, ଶ୍ରିମନ୍ତ ଭୋଇ, କୁନା କୁମୁରା, ଶଂକର ଭୋଇ, ରବି ଭୋଇଙ୍କ ନାମରେ ମାମଲା ରୁଜୁ କରିଥିବା ଚାରମାଳ ରେଂଜ ଅଧିକାରୀ ରମେଶ ପ୍ରସାଦ କର୍ଣ୍ଣ ପ୍ରକାଶ କରିଛନ୍ତି।