ବନବିଭାଗ ଜବତ କଲା ୧୪ଟି ଶାଳ ଗଣ୍ଡି: ଭ୍ୟାନ ଜବତ, ୩ ଗିରଫ

ରେଢ଼ାଖୋଲ: ବଡମାଳ ରେଂଜ ମୋଚିବାହାଳ ସତ୍ୟାନ୍ଦପାଲି ଗ୍ରାମ ନିକଟରେ ବନ ବିଭାଗ ଚଢଉ କରି ୧୪ଟି ଶାଳ ଗଣ୍ଡି ଖଣ୍ଡ ବୋଝେଇ (ଓଡି.୧୫.୮୨୭୭) ନମ୍ବର ବିଶିଷ୍ଟ ଭ୍ୟାନ ଜବତ କରିବା ସହ ସଂପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ହାଲିପାଲିର ଶମ୍ଭୁ ଚରଣ ବୁଡେକ (୬୫), ଧମା ଥାନା ସାଲେସିଂର ଯଦୁ ଭୋଇ (୨୫) ଓ ଠେମେରା ଗ୍ରାମର ନିର୍ମଳ ବେହେରା (୨୨)। ଏନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ମୋଚିବାହାଳ ଅଂଚଳରୁ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ବନ ବିଭାଗ ମୋଚିବାହାଳ ସତ୍ୟାନନ୍ଦପାଲି ଗ୍ରାମ ନିକଟରେ ବଡମାଳ ରେଂଜ ଅଧିକାରୀ ପ୍ରଦିପ କୁମାର ସେଠୀ ସଦଳବଳେ ଚଢଉ କରି କାଠ ବୋଝେଇ ଭ୍ୟାନ୍‍ ଜବତ କରିବା ସହ ସଂପୃକ୍ତ ୩ ଜଣ ମାଫିଆଙ୍କୁ ଗିରଫ କରିଥିଲେ। ରେଢ଼ାଖୋଲ ବନଖଣ୍ଡର ବିଭିନ୍ନ ରେଂଜ ସଂରକ୍ଷିତ ଜଙ୍ଗଲରୁ ଦୈନନ୍ଦିନ କାଠ ମାଫିଆମାନେ ଲକ୍ଷଲକ୍ଷ ଟଙ୍କାର ମୁଲ୍ୟବାନ ଶାଳ, ପିଆଶାଳ ଓ ଶାଗୁଆନ ଆଦି କାଠ ବାହାର ଅଂଚଳକୁ ଅବାଧରେ ଚାଲାଣ କରିବା ଅଭିଯୋଗ ହୋଇଆସୁଛି।

Comments are closed.