ଗୋଖର ନାଗ ସାପ ଉଦ୍ଧାର

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା କଦଳୀଗଡ ନିକଟସ୍ଥ ବିଶିପାଲି ଛକ ଠାରେ ଥିବା ଅର୍ଜୁନ ସାହୁଙ୍କ ରାସନ ଦୋକାନରୁ ଗୁରୁବାର ପୁର୍ବାହ୍ନରେ ଏକ ଗୋଖର ନାଗ ସାପ ଉଦ୍ଧାର କରାଯାଇଛି। ସୁଚନା ମତେ ଗୁରୁବାର ସବୁଦିନ ଭଳି କଦଳୀଗଡ ପଞ୍ଚାୟତ ବିଶିପାଲି ଛକଠାରେ ତାଙ୍କ ରାସନ ଦୋକାନ ଶ୍ରୀ ସାହୁ ଖୋଲିଥିଲେ। ହେଲେ ଦୋକାନ କବାଟ ଖୋଲିଲା ପରେ ଦୋକାନ ଭିତରେ ଏକ ଗଖୋର ନାଗ ସାପ ଫେଣା ଟେକି ରହିଥିଲା। ସେ ଭୟଭିତ ହୋଇ ଦୋକାନ ବାହାରକୁ ପଳାଇ ଆସି ବୌଦ୍ଧ ପ୍ରାଣୀ କଲ୍ୟାଣ ମଞ୍ଚର ସର୍ପ ଧରାଳିଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଏହି ମଞ୍ଚର ଅରୁଣ ମେଣ୍ଡୁଳୀ ଓ ନିଲୁ ସାହୁ ନାମକ ଦୁଇ ଜଣ ସଦସ୍ୟ ଆସି କୌଶଳ ମତେ ନାଗସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିଲେ। ସାପଟି ପ୍ରାୟ ୮ ଫୁଟର ହୋଇଥିବା ଅନୁମାନ କରାଯାଉଛି।

 

Comments are closed.