୪ ଧାନ ବୋଝେଇ ଟ୍ରକ ଅଟକ, ବେଆଇନ ଚାଲାଣ ସନ୍ଦେହ

ରେଢ଼ାଖୋଲ : ବୁଧବାର ପୂର୍ବାହ୍ନରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସବ୍‍ ଡିଭିଜନାଲ ଏନଫୋର୍ସମେଣ୍ଟ ସ୍କାର୍ଡ ଟିମ ଚଢଉ କରି ୪ଟି ଧାନ ବୋଝେଇ ଟ୍ରକ୍‍ ଜବତ କରିଥିବା ଜଣାପଡିଛି।ବାହାର ରାଜ୍ୟରୁ ଦଲାଲ୍‍ ମାନେ ଧାନ ଚାଷୀଙ୍କ ଠାରୁ ସରକାରଙ୍କ ନିର୍ଦ୍ଧାରିତ ମୁଲ୍ୟ ଠାରୁ କମ୍‍ ଦରରେ କିଣି ସ୍ଥାନୀୟ ଚାଷୀ,ପ୍ରସାସନ ହାତକରି ମିଲରଙ୍କୁ ଧାନ ବିକ୍‍ରୟ କରି ମାଲାମାଲ ହେଉଥିବା ଅଭିଯୋଗ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ପ୍ରତ୍ୟେକ ସମସ୍ତ ଉପଖଣ୍ଡରେ ସବ୍‍ ଡିଭିଜନାଲ ଏନଫୋର୍ସମେଣ୍ଟ ସ୍କାର୍ଡ ଟିମ ଗଠନ କରିଛନ୍ତି।ତେବେ ବାହାର ଅଂଚଳରୁ ଦଶଚକିଆ ଟ୍ରକରେ ରେଢ଼ାଖୋଲ ଅଂଚଳ ଦେଇ ଯାଉଥିବା ନେଇ ସୁଚନା ପାଇ ସବ୍‍ ଡିଭିଜନାଲ ଏନଫୋର୍ସମେଣ୍ଟ ସ୍କାର୍ଡ ଟିମ ନିକଟରେ ଚଢଉ କରି ରେଢାଖୋଲ ମଦଭାଟି ନିକଟରୁ ଦୁଇଟି ଓ ପୁରୁଣା ପେଟ୍ରୋଲ ପମ୍ପ ଦୁଇଟି ଟ୍ରକରେ ବେଆଇନ ଭାବେ ଧାନ ଚାଲାଣ ସଂଦେହରେ ଅଟକ ରଖିଛନ୍ତି।

ଏହି ଟିମ୍‍ରେ ରେଢାଖୋଲ ତହସିଲଦାର ରୁବି ବେହେରା,ଏସିଏସ୍‍ଓ ବିଘ୍ନରାଜ ମହାପାତ୍ର,ଏ ଆରସିଏସ ରାଧାକୃଷ୍ଣ ମେହେର,ଯୋଗାଣ ନିରିକ୍ଷକ ପ୍ରତିଭା ପ୍ରଧାନ ସାମିଲ ଥିଲେ।ତେବେ ପ୍ରାଥମିକ ତଦନ୍ତରୁ ଟ୍ରକଗୁଡିକକେନ୍ଦୁଝର ଜିଲ୍ଲା ଆନ୍ଦପୁର ଅଞ୍ଚଳ କୌଣସି ସ୍ଥାନରୁ ଧାନ ବୋଝେଇ ଆସୁଥିବା ଚଢଉ ଟିମ୍‍ ତରଫରୁ କୁହାଯାଉଛି।ହେଲେ ପୁର୍ବାହ୍ନରୁ ୪ଟି ଧାନ ବୋଝେଇ ଟ୍ରକକୁ ଏନଫୋର୍ସମେଣ୍ଟ ଟିମ୍‍ ଚଢଉ କରି ଥାନାରେ ରଖିଥିବା ବେଳେ ସଂଧ୍ୟା ପର୍ଯ୍ୟନ୍ତ ଧାନ କାହାର ଆଉ କେଉଁଠୁ ଆସିଛି ତାର ସଠିକ୍‍ ତଥ୍ୟ ଦେଇପାରୁ ନଥିବାରୁ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ସେହିପରି ଯଦି ଧାନ ଗାଡିଗୁଡିକ ପ୍ରକୃତ ଚାଷୀଙ୍କର ତାହେଲେ କାହିଁକି ଧାନଟ୍ରକ ସହ ଚାଳକ ମାନଙ୍କ ଅଟକ ରଖାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଅଟକ ରଖାଯାଇଥିବା ଗାଡି ଗୁଡିକ ହେଲା (ଓଆର.୧୫.କ୍ୟୁ ୫୦୮୩) ଗାଡ଼ି ଚାଳକ ରାଜକୁମାର ୟାଦବ,(ଡବ୍ଲୁବି ୬୭.ବି ୫୧୫୮) ଗାଡ଼ି ଚାଳକ ହରେକୃଷ୍ନ ବେହେରା,(ଓଡି.୨୨ ଆର ୫୧୫୮) ଗାଡ଼ି ଚାଳକ ବଳରାମ ପାତ୍ରଙ୍କୁ ପଚରା ଉଚୁରା କରିବାରୁ ସେମାନେ କେଉଁ ସ୍ଥାନରୁ ଧାନ ଲୋଡ କରାଗଲା ଓ କେଉଁଠାକୁ ଧାନ ଯିବ ତାହା ସଠିକ ଭାବେ କହୁନଥିବା ଯୋଗାଣ ଅଧିକାରୀ ବିଘ୍ନରାଜ ମହାପାତ୍ର ଜଣାଇଛନ୍ତି।

ତାସହିତ ପେଟ୍ରୋଲ ପମ୍ପ ନିକଟରୁ ଜବତ ହୋଇଥିବା ଟ୍ରକର ଚାଳକ ଗାଢି ଛାଡି ଫେରର୍‍ ହୋଇଯାଇଥିବା ଜଣାପଡିଛି।ଅନ୍ୟଏକ ଗାଡ଼ି ଓଡି୦୭ ଆର ୪୪୫୧ ର ଡ୍ରାଇଭର ଗାଡ଼ି ଛାଡ଼ି ଚାଲିଯାଇଥିବା କହିଛନ୍ତି।ତଦନ୍ତ କରୁଥିବା ଅଧିକାରୀ କୌଣସି ତଥ୍ୟ ସଠିକ ଭାବେ ଦେଇ ପାରୁ ନାହାନ୍ତି।ଏନେଇ ଯୋଗାଣ ନୀରିକ୍ଷକ ପ୍ରତିଭା ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଗାଡିଗୁଡିକୁ ବର୍ତ୍ତମାନ ରେଢ଼ାଖୋଲ ପୁଲିସ ଜିମାରେ ଦିଆଯାଇଛି। ଆସନ୍ତାକାଲି ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋଲି କହିଥିଲେ।ତେବେ ୪ଟି ଦଶକିଆରେ ଅନୁମାନିକ ପ୍ରାୟ ୨ହଜାରୁ ଊର୍ଦ୍ଧ୍ବ ଧାନ ବସ୍ତା ଥିବା ବେଳେ ଅଟକ ଚାଳକ ମାନଙ୍କ କଥାବାର୍ତ୍ତାରେ କୌଣସି ତାଳମେଳ ନଥିବା ସହ ଏଦିଗରେ ଏନଫୋର୍ସମେଣ୍ଟ ସ୍କାର୍ଡ ଟିମ କୌଣସି ନିଷ୍କର୍ଷରେ ନପହଞ୍ଚିବା ଜନସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.