କୋଭିଡ-୧୯ ଆରୋଗ୍ୟ ସଂଖ୍ୟା ୧୫ଲକ୍ଷ ୩୫ ହଜାରରୁ ଅଧିକ : ମୃତ୍ୟୁସଂଖ୍ୟା ୪୪ ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୧୫ଲକ୍ଷ ୩୫ ହଜାର ୭୪୩କୁ ବୃଦ୍ଧି ପାଇଛି। ଏଥିସହିତ କୋଭିଡ-୧୯ ଆରୋଗ୍ୟ ହାର ୬୯. ୩୩%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଆଉ ୫୪ ହଜାର ୮୫୯ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ମୃତ୍ୟୁହାର ମଧ୍ୟ ଶତକଡ଼ା ୨ ଭାଗକୁ ହ୍ରାସ ପାଇଛି।

ଦେଶରେ ଆଉ ୬୨ ହଜାର ୬୪ ଜଣ ନୂଆ କରୋନା ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷକୁ ଅତିକ୍ରମ କରିଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆଉ ୧ ହଜାର ୭ ଜଣ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହେବା ଫଳରେ କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟା ୪୪ ହଜାର ୪୮୬ରେ ପହଞ୍ଚିଛି। ଦେଶର ବିଭିନ୍ନ ହସ୍ପିଟାଲରେ ୬ ଲକ୍ଷ ୩୪ ହଜାର ୯୪୫ ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଦେଶରେ କୋଭିଡରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୨ଲକ୍ଷ ୧୫ ହଜାର ୭୪ ରହିଛି।
କ୍ରମାନ୍ୱୟରେ ଚତୁର୍ଥ ଦିନ ଧରି କୋଭିଡରେ ସଂକ୍ରମିତମାନଙ୍କ ସଂଖ୍ୟା ଦୈନିକ ୬ ହଜାର ଲେଖାଏଁ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୪ଲକ୍ଷ ୭୭ ହଜାର ୨୩ଟି ନମୁନା ପରୀକ୍ଷା କରାଯିବା ସହ ଏପର୍ଯ୍ୟନ୍ତ ମୋଟ୍‍
୨କୋଟି ୪୫ଲକ୍ଷ ୮୩ ହଜାର ୫୫୮ଟି ନମୁନାର ପରୀକ୍ଷା କରାଯାଇଛି।

Comments are closed.