୨୪ ଘଣ୍ଟାରେ ୪,୨୧୩ଜଣ ନୂଆ ସଂକ୍ରମିତ ; ଆରୋଗ୍ୟ ହାର ୩୧.୧୫%କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‍-୧୯ ଆରୋଗ୍ୟ ହାର ୩୧.୧୫%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୪ ହଜାର ୨୧୩ଜଣ ନୂଆ ଲୋକ
ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଥିବାବେଳେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୬୭ହଜାର ୧୫୨ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଏପର୍ଯ୍ୟନ୍ତ ୨୦ ହଜାର ୯୧୬ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିସାରିଛନ୍ତି । ଗତ ୨୪ ଘଣ୍ଟା ଭିତରେ ଆଉ ୯୭ ଜଣ ଲୋକ ମୃତ୍ୟୁବରଣ କରିବା ସହ  ମୋଟ ସହ ମୃତ୍ୟୁସଂଖ୍ୟା ୨୨୦୬ରେ ପହଞ୍ଚିଛି ।

Comments are closed.