କୋଭିଡ୍‍ ଆରୋଗ୍ୟ ହାର ୭୬.୨୪%କୁ ବୃଦ୍ଧି : ମୃତ୍ୟୁହାର ୧.୮୩ ପ୍ରତିଶତ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୭୬. ୨୪%କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଆଉ ୫୬ ହଜାର ସଂକ୍ରମିତ ବ୍ୟକ୍ତି
କୋବିଡରୁ ଆରୋଗ୍ୟ ଲାଭ କରିଛନ୍ତି। 
କୋଭିଡ୍‍ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା’ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା
ଲୋକମାନଙ୍କ ସଂଖ୍ୟାର ସାଢ଼େ ତିନିଗୁଣକୁ ବୃଦ୍ଧି ପାଇଛି। ସରକାରଙ୍କ ଦ୍ୱାରା ଠିକ୍‍ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯିବା ଦ୍ୱାରା ଭାରତରେ
ଏପର୍ଯ୍ୟନ୍ତ ୨୫ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଦିଲ୍ଲୀ, ତାମିଲନାଡୁ, ବିହାର, ହରିଆଣା ଓ ଗୁଜରାତର ଆରୋଗ୍ୟ ହାର ୮୦ ପ୍ରତିଶତରୁ ଅଧିକ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ଗତ ୨୪ ଘଣ୍ଟା ଭିତରେ ଆଉ ୭୫ ହଜାର ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ଏପର୍ଯ୍ୟନ୍ତ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୫ ରହିଛି। ଗୋଟିଏ ଦିନରେ ୧ହଜାର ୨୩ ଜଣ ମୃତ୍ୟୁବରଣ କରିବାରୁ କୋବିଡ ମୃତ୍ୟୁସଂଖ୍ୟା ୬୦ ହଜାର ୪୭୨ରେ ପହଞ୍ଚିଛି। ଦେଶରେ କୋଭିଡ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇ  ୧.୮୩ ପ୍ରତିଶତ ରହିଛି।  ବିଭିନ୍ନ ହସ୍ପିଟାଲରେ ୭ଲକ୍ଷ ୨୫ ହଜାର ୯୯୧ ଜଣ ସକ୍ରିୟ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକମାନଙ୍କ ମଧ୍ୟରୁ ୦. ୨୯ ଭାଗ ଲୋକଙ୍କୁ ବେଣ୍ଟିଲେଟରରେ ରଖାଯାଇଥିବା ବେଳେ  ୨ % ସଂକ୍ରମିତଙ୍କୁ ଆଇସିୟୁ.ରେ ରଖାଯାଇଛି। ଆସାମ, କେରଳ, ବିହାର, ଓଡ଼ିଶା, ତେଲଙ୍ଗାନା, ତ୍ରିପୁରା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର କୋବିଡ୍‍ ମୃତ୍ୟୁହାର  ୧ ପ୍ରତିଶତରୁ  କମ୍‍ ରହିଛି।
ଅନ୍ୟପକ୍ଷରେ ଦେଶରେ ଗତ  ୨୪ ଘଣ୍ଟା ଭିତରେ ପ୍ରାୟ ୯ ଲକ୍ଷ ୨୫ ହଜାର ନମୁନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ମୋଟ୍‍ ୩ କୋଟି ୮୫ ଲକ୍ଷ ୭୬ ହଜାର ନମୁନା ପରୀକ୍ଷା କରାଯାଇ ସାରିଲାଣି। ନମୁନା ପରୀକ୍ଷା ବୃଦ୍ଧି ପାଇବା ସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା ରେକର୍ଡ ସଂଖ୍ୟାରେ ହ୍ରାସ ପାଇବାରେ ଲାଗିଛି। ସାପ୍ତାହିକ ଭିତ୍ତିରେ ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ନମୁନା ପରୀକ୍ଷାର ଶତକଡ଼ା ୮ ଭାଗ ରହିଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା  ୨୭ ହଜାରକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ନମୁନା ପରୀକ୍ଷା, ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଯୋଗୁଁ ଏହି ସଫଳତା ହାସଲ କରାଯାଇଛି। ସାପ୍ତାହିକ ଭିତ୍ତିରେ ଦୈନିକ ନମୁନା ପରୀକ୍ଷା ଜୁଲାଇ ମାସ ପ୍ରଥମ ସପ୍ତାହର ୨ଲକ୍ଷ ୩୦ ହଜାରରୁ ବର୍ତ୍ତମାନ ୮ଲକ୍ଷକୁ ବୃଦ୍ଧି ପାଇଛି। ଦେଶରେ ନମୁନା ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୋଟ୍‍ ୧ ହଜାର ୫୫୦ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି।

Comments are closed.