ଦେଶରେ ବଢ଼ୁଛି ଆରୋଗ୍ୟ ହାର: ସୁସ୍ଥ ହେଲେଣି ୪୧.୬୧% କରୋନା ସଂକ୍ରମିତ

ସମାଜ ପୋର୍ଟାଲ ଡେସ୍କ: ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି । ଇତି ମଧ୍ୟରେ ମୋଟ ୬୦ ହଜାର ୪୯୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଦେଶରେ ଆରୋଗ୍ୟ ହାର ୪୧.୬୧ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ  ୨୪ ଘଣ୍ଟା ମଧ୍ୟରେ ଦୁଇ ହଜାର ୭୬୯ ଜଣ ସୁସ୍ଥ ହୋଇଥିବା ବେଳେ ୬ ହଜାର ୫୩୫ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫ ଲକ୍ଷ ୩୮୦କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୧୬୭ରେ ପହଂଚିଛି।

Comments are closed.