କୋଭିଡ-୧୯ ରାଉଣ୍ଡ ଅପ୍ : ପ୍ରାୟ ୮୭ ହଜାର ସୁସ୍ଥ, ୯୦ ହଜାର ସକ୍ରିୟ ମାମଲା

ଆରୋଗ୍ୟ ହାର ୪୭.୭୬%

ନୂଆଦିଲ୍ଳୀ : ଭାରତ ସରକାର କୋଭିଡ-୧୯ର ପ୍ରତିରୋଧ, ନିରୋଧ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ଅନେକ ପଦକ୍ଷେପ ନେଉଛନ୍ତି । ଏଗୁଡିକ ନିୟମିତ ଭାବରେ ସର୍ବୋଚ୍ଚ ସ୍ତରରେ ସମୀକ୍ଷା ଏବଂ ତଦାରଖ ମଧ୍ୟ କରାଯାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୬୧୪ ରୋଗୀ ସୁସ୍ଥ ହୋଇଛନ୍ତି । ପ୍ରାୟ ୮୭ ୦୦୦ ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ମୋଟ ୮୬,୯୮୩ ଲୋକ ଆରୋଗ୍ୟ ହୋଇସାରିଛନ୍ତି । ବର୍ତ୍ତମାନ ଆରୋଗ୍ୟ ହାର ୪୭.୭୬%ରେ ପହଞ୍ଚିଛି । ଅନ୍ୟପକ୍ଷରେ ୯୦ ହଜାର ସକ୍ରିୟ ମାମଲା ରହିଛି । ରବିବାର ସୁଦ୍ଧା ସକ୍ରିୟ ଡାକ୍ତରୀ ତତ୍ଵାବଧାନରେ ଥିବା ମାମଲା ସଂଖ୍ୟା ୮୯,୯୯୫ ରହିଛି ।

ଦେଶରେ ମୋଟ କରେନା ପଜିଟିଭ୍ ସଂଖ୍ୟା ୧,୮୨,୧୪୩ରେ ପହଞ୍ଚିଛି ।

Comments are closed.