କୋଭିଡ୍‍ ଆରୋଗ୍ୟ ହାର ୬୭.୬୧%କୁ ବୃଦ୍ଧି; ମୃତ୍ୟୁହାର ୨.୦୭%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଗୁରୁବାର  ୧୩ ଲକ୍ଷକୁ ଅତିକ୍ରମ କରିଯାଇଛି। ଏପର୍ଯ୍ୟନ୍ତ ମୋଟ୍‍ ୧୩ ଲକ୍ଷ ୨୮ ହଜାର ୩୩୬ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ  କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଆଉ ୪୬ ହଜାର ୧୨୧ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ କୋଭିଡ୍‍ ଆରୋଗ୍ୟ ହାର ୬୭.୬୧%କୁ ବୃଦ୍ଧି ପାଇଛି। ମୃତ୍ୟୁହାର ମଧ୍ୟ ଆହୁରି ହ୍ରାସ ପାଇ ୨.୦୭%
ରହିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୫୬ ହଜାର ୨୮୨ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ଏପର୍ଯ୍ୟନ୍ତ କୋଭିଡ୍‍-୧୯ରେ ସଂକ୍ରମିତ ହୋଇଥିବା ମୋଟ୍‍ ଲୋକଙ୍କ ସଂଖ୍ୟା ୧୯ଲକ୍ଷ ୬୪ ହଜାର ୫୩୬ ରହିଛି। ଦେଶର ବିଭିନ୍ନ ହସ୍ପିଟାଲରେ ୫ଲକ୍ଷ ୯୫ ହଜାର ୫୦୧ ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଗୋଟିଏ ଦିନରେ ଆଉ ୯୦୪ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ କୋଭିଡ୍‍ ମୃତ୍ୟୁସଂଖ୍ୟା ୪୦ ହଜାର ୬୯୯ରେ ପହଞ୍ଚିଛି।

Comments are closed.