କରୋନା ଅପଡେଟ୍ : ୨୪ ଘଣ୍ଟାରେ ୯୫ ମୃତ,ଆରୋଗ୍ୟ ହାର ୨୯.୯୧ %

ନୂଆଦିଲ୍ଲୀ : ଦେଶରେ ୧୭ ହଜାର ୮୪୭ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ କୋଭିଡ୍‍-୧୯ ଆରୋଗ୍ୟ ହାର ୨୯.୯୧%କୁ ବୃଦ୍ଧି ପାଇଛି ।
ଗତ ୨୪ ଘଣ୍ଟା ଭିତରେ ୯୫ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ୩, ୩୨୦ ଜଣ ନୂଆଲୋକ
ସଂକ୍ରମିତ ହୋଇଥିବା ସହ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୫୯ ହଜାର ୬୬୨ରେ ପହଞ୍ଚିଛି । ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ୩୯ ହଜାର ୮୩୪ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା ଚାଲିଛି ।

 

Comments are closed.