କୋଭିଡ୍‍ ଆରୋଗ୍ୟ ସଂଖ୍ୟା ୩୪ ଲକ୍ଷ ୭୧ ହଜାର ; ଆରୋଗ୍ୟ ହାର ୭୭.୭୪%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୭୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଆଉ ୭୨ ହଜାର ୯୩୯ ଜଣ ସଂକ୍ରମିତ  ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୪ ଲକ୍ଷ ୭୧ ହଜାର ୭୮୩ରେ ପହଞ୍ଚିଛି।

ମନ୍ତ୍ରଣାଳୟ କହିଛି, ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଉଛି ଓ ମୋଟ୍‍ ସଂକ୍ରମଣର ଏହା  ୨୦.୫୮% ରହିଛି। ନମୁନା ପରୀକ୍ଷା, ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି।  ଦେଶରେ ମୋଟ୍‍ ସଂକ୍ରମଣ ସଂଖ୍ୟା ୪୪ଲକ୍ଷ ୬୫ ହଜାର ୮୬୩ ରହିଛି। ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଜାର ୧୮ ରହିଛି। ଗତ ୨୪ ଘଣ୍ଟା ଭିତରେ ୧ ହଜାର ୧୭୨ଜଣ ମୃତ୍ୟୁ ଘଟିବାରୁ  କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୭୫ ହଜାର ୬୨ରେ ପହଞ୍ଚିଛି। ଦେଶରେ କୋଭିଡ୍‍-୧୯ ମୃତ୍ୟୁହାର ୧.୬୮ପ୍ରତିଶତ ରହିଛି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ଲକ୍ଷ ୨୯ ହଜାର ୭୫୬ଟି ନମୁନା ପରୀକ୍ଷା କରାଯାଇଛି।

Comments are closed.