ଦେଶରେ କରୋନା ସକ୍ରିୟଙ୍କ ଅପେକ୍ଷା ଆରୋଗ୍ୟ ହାର ଅଧିକ, ଓଡ଼ିଶାରେ ୬୯ ପ୍ରତିଶତ ସୁସ୍ଥ

ଦେଶରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ତଥା ସମସ୍ତ ରାଜ୍ୟର ଏହି ଭୁତାଣୁ ସଂକ୍ରମଣ ଜନିତ ପରିସ୍ଥିତିର ସୁପରିଚାଳନା ଯୋଗୁ ଆଜି ସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୯ ହଜାର ୮୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୪ ହଜାର ୮୫୬ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରି ନିଜ ନିଜ ଘରକୁ ଫେରିଛନ୍ତି।

ଅନ୍ୟ ଏକ ହିସାବ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ସକ୍ରିୟ କରୋନା ମାମଲା ଅପେକ୍ଷା ଆରୋଗ୍ୟ ସଂଖ୍ୟା ୧ ଲକ୍ଷ ୬୪ ହଜାର ୨୬୮ ଅଧିକ ରହିଛି। ଏ ସବୁକୁ ଆକଳନ କଲେ ଭାରତରେ କରୋନା ସଂକ୍ରମଣ ଜନିତ ଆରୋଗ୍ୟ ହାର ୬୦.୭୭ ଭାଗ ରହିଛି। ଏବେ ଦେଶରେ ୨ ଲକ୍ଷ ୪୪ ହଜାର ୮୨୪ଟି ସକ୍ରିୟ ମାମଲା ରହିଛି ଓ ସେମାନଙ୍କୁ ଦେଶର ବିଭିନ୍ନ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯାଉଛି।

ତେବେ ତାଜା ସ୍ଥିତି ଅନୁଯାୟୀ ଦେଶର ୨୧ଟି ଜିଲ୍ଲା ଓ କେନ୍ଦ୍ରଶାସିତ ଅଂଚଳରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି। ଚଣ୍ଡିଗଡ଼ରେ ୪୬୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୫ଜଣ ସୁସ୍ଥ ହେବାପରେ ସେଠାରେ ଆରୋଗ୍ୟ ହାର ଦେଶରେ ସର୍ବାଧିକ ୮୫.୯ ପ୍ରତିଶତ ରହିଛି। ସେହିପରି ଲଦାଖରେ ଆରୋଗ୍ୟ ହାର ୮୨.୨ ପ୍ରତିଶତ, ଉତ୍ତରାଖଣ୍ଡରେ ଆରୋଗ୍ୟ ହାର ୮୦.୯ ପ୍ରତିଶତ, ଛତିଶଗଡରେ ଆରୋଗ୍ୟ ହାର ୮୦.୬ ପ୍ରତିଶତ, ରାଜସ୍ଥାନରେ ଆରୋଗ୍ୟ ହାର ୮୦.୧ ପ୍ରତିଶତ, ମିଜୋରାମରେ ଆରୋଗ୍ୟ ହାର ୭୯.୩ ପ୍ରତିଶତ, ତ୍ରିପୁରାରେ ଆରୋଗ୍ୟ ହାର ୭୭.୭ ପ୍ରତିଶତ, ମଧ୍ୟପ୍ରଦେଶରେ ଆରୋଗ୍ୟ ହାର ୭୬.୯ ପ୍ରତିଶତ, ଝାଡ଼ଖଣ୍ଡରେ ଆରୋଗ୍ୟ ହାର ୭୪.୩ ପ୍ରତିଶତ, ବିହାରରେ ଆରୋଗ୍ୟ ହାର ୭୪.୨ ପ୍ରତିଶତ, ହରିୟାଣାରେ ଆରୋଗ୍ୟ ହାର ୭୪.୧ ପ୍ରତିଶତ, ଗୁଜୁରାଟରେ ଆରୋଗ୍ୟ ହାର ୭୧.୯ ପ୍ରତିଶତ, ପଞ୍ଜାବରେ ଆରୋଗ୍ୟ ହାର ୭୦.୫ ପ୍ରତିଶତ, ଦିଲ୍ଲୀରେ ଆରୋଗ୍ୟ ହାର ୭୦.୨ ପ୍ରତିଶତ, ମେଘାଳୟରେ ଆରୋଗ୍ୟ ହାର ୬୯.୪ ପ୍ରତିଶତ, ଓଡିଶାରେ ଆରୋଗ୍ୟ ହାର ୬୯.୦ ପ୍ରତିଶତ, ଉତ୍ତରପ୍ରଦେଶରେ ଆରୋଗ୍ୟ ହାର ୬୮.୪ ପ୍ରତିଶତ, ହିମାଚଳ ପ୍ରଦେଶରେ ଆରୋଗ୍ୟ ହାର ୬୭.୩ ପ୍ରତିଶତ, ପଶ୍ଚିମବଙ୍ଗରେ ଆରୋଗ୍ୟ ହାର ୬୬.୭ ପ୍ରତିଶତ, ଆସାମରେ ଆରୋଗ୍ୟ ହାର ୬୨.୪ ପ୍ରତିଶତ ଏବଂ ଜାମ୍ମୁ କାଶ୍ମୀରରେ ଆରୋଗ୍ୟ ହାର ୬୨.୪ ପ୍ରତିଶତ ରହିଛି।

ଦେଶରେ କରୋନା ନମୁନା ପରୀକ୍ଷଣ ଲ୍ୟାବ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି। ଏବେ ସରକାରୀ କ୍ଷେତ୍ରରେ ୭୮୬ଟି ଲ୍ୟାବ ଏବଂ ୩୧୪ଟି ବେସରକାରୀ ଲ୍ୟାବ ରହିଛି। ସେଗୁଡିକ ମଧ୍ୟରୁ ରିଅଲ୍-ଟାଇମ୍ ଆରଟି ପିସିଆର ଆଧାରିତ ୩୬୮ଟି ସରକାରୀ ପରୀକ୍ଷା ଲ୍ୟାବ ଥିବା ବେଳେ ୨୨୩ଟି ଘରୋଇ ଲ୍ୟାବ ରହିଛି। ସେହିପରି ଟ୍ରୁନେଟ ଆଧାରିତ ୩୮୫ଟି ସରକାରୀ ଓ ୩୨ଟି ଘରୋଇ ଲ୍ୟାବ ଏବଂ ସିବିନାଟ ଆଧାରିତ ୩୩ଟି ଓ ୫୯ଟି ଘରୋଇ ଲ୍ୟାବ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୪୮ ହଜାର ୯୩୪ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଏ ଯାବତ ମୋଟ ୯୭ ଲକ୍ଷ ୮୯ ହଜାର ୬୬ଟି ନମୁନା ପରୀକ୍ଷଣ ସରିଛି।

Comments are closed.