ରେକର୍ଡ ସଂଖ୍ୟକ ଟିକାକରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ସୋମବାର ଦେଶରେ ରେକର୍ଡ ସଂଖ୍ୟକ ୮୦ ଲକ୍ଷରୁ ଅଧିକ ପାନ ଟିକାକରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ କଠିନ ପରିଶ୍ରମ ପାଇଁ ସମ୍ମୁଖ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି : “ଆଜିର ରେକର୍ଡ ସଂଖ୍ୟକ ଟିକାକରଣ ହେବା ଅତ୍ୟନ୍ତ ଆନନ୍ଦଦାୟକ। କୋଭିଡ-୧୯ ବିରୋଧୀ ଲଢ଼େଇରେ ଟିକା ଆମର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ହୋଇ ରହିଛି। ଟିକା ନେଇଥିବା ଲୋକମାନଙ୍କୁ ଅଭିନନ୍ଦନ ଏବଂ ଏତେ ସଂଖ୍ୟକ ନାଗରିକମାନଙ୍କର ଟିକାକରଣ କରାଇଥିବାରୁ ସମ୍ମୁଖ ଯୋଦ୍ଧା ମାନଙ୍କର କାର୍ଯ୍ୟ ପ୍ରଶଂସନୀୟ।

ସାବାସ୍ ଭାରତ!”

ସୂଚନାଯୋଗ୍ୟ ଆଜିଠାରୁ ଦେଶରେ ପରବର୍ତ୍ତୀ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ସୋମବାର ଦେଶବ୍ୟାପି ୮୦ ଲକ୍ଷ ୯୫ ହଜାର ୩୧୪ ପାନ ଟିକା ଦିଆଯାଇଛି। ରାଜ୍ୟରେ ଆଜି ୨ଲକ୍ଷ ୮୦ ହଜାର ୧୬୦ ଜଣଙ୍କୁ ଟିକାକରଣ କରାଯାଇଛି।

Comments are closed.