ଡ୍ରାଏ ଫ୍ରୁଟ୍ସ ଓ ଫଳ ସରବତ

ଆବଶ୍ୟକ ସାମଗ୍ରୀ :
ସେଓ (କଟା)- ୨ଟି
କଦଳୀ – ୨ଟି
ଓଟସ୍ – ୧ଚାମଚ
ଅଖରୋଟ୍ – ୩ଟି
କ୍ଷୀର – ୨କପ୍
ଚାହା ପତି – ୧ ଚାମଚ
ଗୁଜୁରାତି ଗୁଣ୍ଡ – ସାମାନ୍ୟ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଅଖରୋଟକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ତାପରେ ସେଓ, କଦଳୀ, ଓଟସ୍, ଅଖରୋଟ, କ୍ଷୀର, ଗୁଜୁରାତି ଗୁଣ୍ଡରେ ବରଫ ପକାଇ ଭଲ ଭାବେ ଗ୍ରାଇଣ୍ଡି କରି ଦିଅନ୍ତୁ। ତାପରେ ସେଥିରେ ଅଳ୍ପ ଚାହା ପତି ମିଶାନ୍ତୁ। ଏହାପରେ ମିଶ୍ରଣକୁ ଛାଣି ଦିଅନ୍ତୁ। ଏହାକୁ ଏକ ଗ୍ଲାସରେ ଢାଳି ଦିଅନ୍ତୁ। ସେଥିରେ ବରଫ ଖଣ୍ଡ ପକାଇ ପରଷନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଡ୍ରାଏ ଫ୍ରୁଟ୍ସ ଓ ଫଳ ସରବତ।

Comments are closed.