କରୋନା ପାଇଁ ବୃଦ୍ଧି ପାଉଛି କି ସୁନା ଦର ?

ମହାମାରୀ କରୋନା ଭୂତାଣୁ କବଳରେ ସାରା ବିଶ୍ୱ ରହିଥିବା ବେଳେ ଏହାର ପ୍ରଭାବ ଅର୍ଥନୈତିକ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ସୁନା ଓ ଚାନ୍ଦିର ଦର ଦିନକୁ ଦିନ ଆକାଶ ଛୁଆଁ ହେଉଛି।
ଦୁନିଆରେ ଅର୍ଥବ୍ୟବସ୍ଥା ଓ ବିକାଶ କରୋନା ପାଇଁ ହ୍ରାସ ପାଇଥିବା ବେଳେ ସୁନା ଦର ବୃଦ୍ଧି ସଭିଁଙ୍କ ଚିନ୍ତାକୁ ବଢାଇଦେଇଛି।
ସୁନାର ଦର ଭାରତରେ ଜୁନ ମାସର ଆରମ୍ଭରେ ୪୬,୬୦୦ ପ୍ରତି ୧୦ ଗ୍ରାମ ନିକଟରେ ଥିଲା। ବର୍ତମାନ ଏହା ୪୮,୦୦୦ ରେ ପହଂଚି ସାରିଛି।
ସେହିପରି ଜୁନ ମାସରେ ସାରା ବିଶ୍ୱରେ ସୁନାର ଦର ଆଠବର୍ଷ ମଧ୍ୟରେ ସବୁଠାରୁ ଅଧିକ ବୃଦ୍ଧି ପାଇଛି ବୋଲି ରେକର୍ଡ଼ ହୋଇଛି।
ଶୁକ୍ରବାର ଦିନ ସୁନାର ଦର ମାତ୍ର ୪୦୦ ଟଙ୍କା ହ୍ରାସ ପାଇଥିଲା ବୋଲି ଜଣାପଡ଼ିଛି।
ବିଶେଷଜ୍ଞଙ୍କ ମତରେ ଆଗକୁ ସୁନା ଦର ଆହୁରି ବଢିପାରେ।
ଗୋଟେ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ବେପାର ବାଣିଜ୍ୟ ଉପରେ ବିଶେଷ ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି।
ସୁନାର ଦର ବୃଦ୍ଧି ପାଇଁ ବିଷେଷଜ୍ଞଙ୍କ ମତାନୁଯାୟୀ, ନିବେଶକମାନେ ଯେଉଁଠାରେ ଅଧିକ ଲାଭ ମିଳେ ସେଠାରେ ହିଁ ତାହାକୁ ହିଁ ଚୟନ କରିଥାଆନ୍ତି।ଯେପରି ଷ୍ଟକ ମାର୍କେଟ, ଫିକ୍ସ ଡ଼ିପୋଜିଟ, ସୁନା ଆଦିରୁ ହିଁ ଅଧିକ ଲାଭ ମିଳିଥାଏ।
ଯେଉଁସମୟରେ ଅବସ୍ଥା ସାଧାରଣ ଥାଏ ତ ସମସ୍ୟା ସୃଷ୍ଟି ହୋଇନଥାଏ ମାତ୍ର ଯେଉଁ ସମୟରେ ଦୁନିଆରେ ଅର୍ଥବ୍ୟବସ୍ଥାରେ ଅନିଶ୍ଚିତତା ସ୍ଥିତି ସୃଷ୍ଟି ହୁଏ, ତେବେ ସେହି ସମୟରେ ନିବେଶକ ସୁନା ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି।
ତାଙ୍କ ମତରେ ସୁନା ତାଙ୍କ ପାଇଁ ସୁରକ୍ଷିତ, ସୁନାର ଦର ଅତ୍ୟଧିକ ହ୍ରାସ ହେବ ନାହିଁ। ଏହି କାରଣରୁ ନିବେଶକଙ୍କ ମଧ୍ୟରେ ସୁନାର ଚାହିଦା ବଢିଛି। ଏହି ଚାହିଦା ପ୍ରାୟ ଦେଢ ବର୍ଷ ହେବ ବୃଦ୍ଧି ପାଇଛି।
ନଭେମ୍ବର ୨୦୧୮ରେ ସୁନାର ଦର ୩୦,୦୦୦ଟଙ୍କା ପ୍ରତି ୧୦ଗ୍ରାମରେ ଥିଲା। ମାତ୍ର ଆଜି ସେହି ସୁନାର ଦାମ ୫୦,୦୦୦ଟଙ୍କା ଯାଏଁ ପହଂଚିଛି। ୪ ମାସ ପୂର୍ବରୁ ଏହାର ଦାମ ୪୦ ରୁ ୪୨ ହଜାର ଟଙ୍କା ଥିଲା।
ଏହା ନୁହେଁ ଯେ, କେବଳ କରୋନା ଭାଇରସ ପାଇଁ ପୂର୍ବରୁ ମଧ୍ୟ ଚୀନ ଓ ଆମେରିକା ମଧ୍ୟରେ ଥିବା ସ୍ଥିତି ପାଇଁ ଏହାର ପ୍ରଭାବ ସୁନା ଦର ଉପରେ ପଡ଼ିଥିଲା।
ଏହାଛଡ଼ା ଲୋକମାନଙ୍କ ବ୍ୟତୀତ ଦୁନିଆର ବୃହତ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁନା କ୍ରୟ କରିବା ବଢାଇଛି।
୫,୦୦୦ ବର୍ଷ ପୂର୍ବରୁ ମଧ୍ୟ ସୁନାର ମୂଲ୍ୟ ଖୁବ ଥିଲା। କାରଣ ଏପରି କୁହାଯାଏ ସୁନାର ମୂଲ୍ୟ କଦାପି କମ ହେବ ନାହିଁ।
ଭାରତ ବର୍ଷରେ ସୁନାର ଚାହିଦା ତିନି ପ୍ରକାରର। ପ୍ରଥମ ଗ୍ରାହକଙ୍କ ପାଇଁ, ୨ୟ ନିବେଶ ପାଇଁ, ୩ୟ କେନ୍ଦ୍ରୀୟ ବ୍ୟାଙ୍କ ନିଜ ପାଖରେ ରଖିବା ପାଇଁ ସୁନା କ୍ରୟ କରାଯାଏ। ଦେଶର କେନ୍ଦ୍ରୀୟ ବ୍ୟାଙ୍କରେ ଯେତେ ସୁନା ରହିବ ସେହି ଦେଶର ଜମା ସ୍ତର (କ୍ରେଡ଼ିଟ ରେଟିଙ୍ଗ) ସେତେ ଉନ୍ନତ।

Comments are closed.