ରିଅଲମି ୩ପ୍ରୋର ବଜାରପ୍ରବେଶ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ରିଅଲମି ଭାରତରେ ତାର ନୂଆ ସ୍ମାର୍ଟଫୋନ ରିଅଲମି୩ପ୍ରୋର ବଜାରପ୍ରବେଶ କରିଛି। ଏହି ଫୋନ ଦୁଇଟି ମଡେଲରେ ୪ଜିବି ରାମ+୬୪ଜିବି ଷ୍ଟୋରେଜ ଏବଂ ୬ଜିବି+୧୨୮ଜିବି ମଡେଲରେ ଉପଲବ୍ଧ ହେବ। ଏହାର ୪ଜିବି/୬୪ଜିବି ମଡେଲର ମୂଲ୍ୟ ୧୩ହଜାର ୯୯୯ଟଙ୍କା। ୬ଜିବି+୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୬ହଜାର ୯୯୯ଟଙ୍କା। ଏହି ଫୋନ ରିଅଲମି ଡଟ କମ୍‍ ଏବଂ ଅନଲାରଇନ ଷ୍ଟୋର ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଏହାର ପ୍ରଥମ ବିକ୍ରି ଏପ୍ରିଲ ୨୯ ଦ୍ୱିପହର ୧୨ଟା ସମୟରୁ ହେବ।

pic courtesy-right brothers

ଫଟୋଗ୍ରାଫି ପାଇଁ ଫୋନରେ ଡୁଆଲ କ୍ୟାମେରା ସେଟଅପ ଦିଆଯାଇଛି। ଯାହା ୧୬+୫ଏମପି ସୋନି ଆଇଏମଏକ୍ସ୫୧୯ସେନସରରେ ଲେନ୍ସ ରହିଛି। ଏହି କ୍ୟାମେରାରୁ ୯୬୦ଏଫପିଏସର ହିସାବରେ ଗ୍ଲୋମୋସନ ଭିଡିଓ ପ୍ରସ୍ତୁତ କରିପାରିବେ। ଏହାସହିତ ଏହା ୬୪ଏମପି ଅଲ୍ଟ୍‍ାମୋଡକୁ ସପୋର୍ଟ କରିଥାଏ। ସେଲଫି ପାଇଁ ଏଥିରେ ୨୫ଏମପିର ଆଗପଟ କ୍ୟାମେରା ଦିଆଯାଇଛି।
ଏଥିରେ ୨.୨ଜିଏଚଜେଡର ସ୍ନାପଡ୍ରାଗନ ୭୧୦ଏଆଇଇ ପ୍ରୋସେସର ଦିଆଯାଇଛି। ଫୋନରେ ୪୦୪୫ଏମଏଚର ବ୍ୟାଟେରୀ ଦିଆଯାଇଛି। ଯାହା ଭିଓଓସି ଫ୍ଲାସ ଚାର୍ଜ ୩.୦କୁ ସପୋର୍ଟ କରିଥାଏ।

Comments are closed.