୬୪ ମେଗାପିକ୍ସେଲ କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା “ରିଅଲମି ଏକ୍ସ-୨”

ମୁମ୍ବଇ : ୬୪ ମେଗାପିକ୍ସେଲ କ୍ୟାମେରା ସହ ମଙ୍ଗଳବାର ଭାରତୀୟ ବଜାରକୁ ପ୍ରବେଶ କରିଛି ‘ରିଅଲମି ଏକ୍ସ-୨। ଏହା ସହ ରିଅଲମି ତାର ପ୍ରଥମ ବଡ଼ସ ଏୟାର ଇୟର କର୍ଡ ମଧ୍ୟ  ଲଞ୍ଚ କରିଛି।

ଏହି ମୋବାଇଲ ଫୋନରେ  ୬.୪ ଇଞ୍ଚର  ଫୁଲ ଏଚ଼ଡ଼ି ଡିସପ୍ଲେ ଦିଆଯାଇଛି। ଏଥିରେ କ୍ବାଲକମ ସ୍ନାପଡ୍ରାଗନ ୭୩୦ଜି ପ୍ରୋସସର ଦିଆଯାଇଛି। ଏହା ସହ ୮ ଜିବି ରାମ ଓ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ଥିବା ମୋବାଇ ବଜାରକୁ ଛାଡ଼ିଛି। ଏହାର ପଛ ଭାଗ କ୍ୟାମେରାରେ ୪ଟି ଲେନ୍ସ ରହିଛି। ଏହି ମୋବାଇଲର ପ୍ରଥମ କ୍ୟାମେରାର ଲେନ୍ସଟି ୬୪ ମେଗାପିକ୍ସେଲ ରହିଛି। ଦ୍ବିତୀୟ କ୍ୟାମେରାଟି ୮ ମେଗାପିକ୍ସେଲ ଯେଉଁଥିରେ ଓ୍ବାଇଡ ଲେନ୍ସ ଦିଆଯାଇଛି । ତୃତୀୟ ଓ ଚତୁର୍ଥ କ୍ୟାମେରାର ଲେନ୍ସ ୨ମେଗାପିକ୍ସେଲ ଦଆଯାଇଥିବା ବେଳେ ଗୋଟିଏରେ ଡେଫଥ ଲେନ୍ସ ଓ ଅନ୍ୟଟିରେ ମାଇକ୍ରୋ ଲେନ୍ସ ଦିଆଯାଇଛି। ଏହାସହ ସେଲଫି ପାଇଁ ୩୨ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି।

ରିଅଲମି ଏକ୍ସ-୨ର ୪ ଜିବି ରାମ ୬୪ ଜିବି ଷ୍ଟୋରେଜ ଫୋନଟି ୧୬,୯୯୯ ଟଙ୍କା ରଖାଯାଇଛି। ୬ ଜିବି ରାମ ୧୨୮ ଜିବି ଷ୍ଟୋରେଜ ଖ୍ୟମତା ରଖିଥିବା ମୋବାଇଲର ମୂଲ୍ୟ ୧୮,୯୯୯ ଟଙ୍କା ରଖାଯାଇଛି। ସେହିପରି ୮ଜିବି ରାମ ୧୨୮ ଜିବି ଷ୍ଟୋରେଜ ବିଶିଷ୍ଟ ମୋବାଇଲର ଦାମ ୧୯,୯୯୯ ଟଙ୍କା ରଖାଯାଇଛି।

ଏଥିରେ ୪ଜି ଏଲଟିଇ , ୫.୦ ବ୍ଲୁଟୁଥ ଓ  ୟୁଏସବି ଟାଇପ ସି ଦିଆଯାଇଛି। ଏହି ମୋବାଇଲଟି ୪୦୦୦ ଏମଏଚର ବ୍ୟାଟେରି ସହ ୩୦ ଓ୍ବାଟର ଫାଷ୍ଟ ଚାର୍ଜିଂ ସୁବିଧା ଦିଆଯାଇଛି।

Comments are closed.