ଉତ୍ସବ ନୁହେଁ ରଥଯାତ୍ରା, ଏହା ଏକ ବିଧି : ନିରଞ୍ଜନ

ଭୁବନେଶ୍ୱର :  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରାକୁ ନେଇ ଯେଭଳି ବାଦବିବାଦ ଚାଲିଛି ଏହାକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଓଡ଼ିଆ ଜାତିର ଆଧ୍ୟାତ୍ମିକ ପ୍ରତୀକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆଉ ଗୋଟିଏ ଦିନ ମାତ୍ର ବାକିଅଛି । ଏ ନେଇ ଭାରବର୍ଷର ସର୍ବୋର୍ଚ୍ଚ ନ୍ୟାୟଳୟ ତାଙ୍କର ନିଷ୍ପତି ଜଣାଇ ସାରିଛନ୍ତି। ରଥଯାତ୍ରାକୁ ଭକ୍ତଶୂନ୍ୟ କରି ସ୍ନାନପୂର୍ଣ୍ଣିମା ଭଳି ପାଳନ କରିବା ପାଇଁ ମନ୍ଦିର ପରିଚାଳନା କମିଟି ସରକାରଙ୍କୁ ଅବଗତ କରାଇଥିଲେ। ପ୍ରତ୍ୟେକ କଥାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତାଳରେ ତାଳ ମିଳାଇ ନିଷ୍ପତି ନେଉଥିଲା ବେଳେ କୋଟି କୋଟି ହୃଦୟର ଆରାଧ୍ୟ
ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଘୋଷଯାତ୍ରା କାହିଁକି ବିଳମ୍ବକରି ଅନ୍ଧାର ଭବିଷ୍ୟତ ଭିତରକୁ ଠେଲି ଦେଲେ ଏହା ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଭଳି ଏକ ମହାମାରୀ ସମୟରେ ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଯଥେଷ୍ଟ ପୂର୍ବରୁ ସରକାର ନିଷ୍ପତି ନେବାର ଥିଲା । ଯଦି ସୁପ୍ରିମକୋର୍ଟ ତାଙ୍କ ଆଦେଶନାମାରେ ପରିବର୍ତନ ନକରନ୍ତି । ବର୍ତମାନ ପରିସ୍ଥିତିରେ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅନୁପାଳନ ପୂର୍ବକ କ’ଣ ବିକଳ୍ପ ବ୍ୟବସ୍ଥା ହୋଇ ପାରିବ ତାହା ଚିନ୍ତା କରି ନିଷ୍ପତି ନେବାର ସମୟ । କରୋନା ମହାମାରୀ ସମୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ନେବା ଆଣିବା ଓ ଖାଦ୍ୟପେୟ ଦେବାରେ ଯେଭଳି ନୀତି ଅବଲମ୍ବନ କଲେ ଓ ବର୍ତ୍ତମାନ ବହୁ ଲମ୍ବା କାର୍ଯ୍ୟକ୍ରମ ମାନ ହାତକୁ ନେବା ପାଇଁ ଯେଉଁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ତାର ବାସ୍ତବତା ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ।

କରୋନା ମୁକାବିଲା ପାଇଁ କିଣାଯାଇଥିବା ବିଭିନ୍ନ ସାମଗ୍ରୀ ଓ ଶ୍ରମିକ ମାନଙ୍କ ପାଇଁ କିଣାଯାଇଥିବା ଅନେକ ସାମଗ୍ରୀରେ ଯେଉଁ ଶହ ଶହ କୋଟି ଟଙ୍କାର ଦୁର୍ନତି ହୋଇଛି ତାହା ନେଇ ପଦକ୍ଷେପ ନେବା ବଦଳରେ ସରକାର ଚୁପ ହୋଇ ବସିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ଲୋକ କେମିତି ଆଗାମୀ ଖରିଫ ଫସଲ ଅମଳ ପର୍ଯ୍ୟନ୍ତ ପେଟକୁ ଦୁଇଓଳି ଦୁଇମୁଠା ଖାଇପାରିବେ ସେ ନେଇ ଉଭୟ ସରକାର କିଛି ତତ୍କାଳ ନିଷ୍ପତି ନେବା ଅପରିହାର୍ଯ୍ୟ ତାହା ନକରି ଲୋକଙ୍କୁ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବାପାଇଁ ଆହ୍ୱାନ ଦେବାର ବାସ୍ତବତା କ’ଣ ।

Comments are closed.