କର୍ତ୍ତାରପୁର କରିଡର ଖୋଲିବା ପ୍ରସଙ୍ଗ, କୋଭିଡ-୧୯ ପ୍ରୋଟୋକଲ୍ ଅନୁଯାୟୀ ନିଆଯିବ ନିଷ୍ପତ୍ତି

କୋଭିଡ-୧୯ ପ୍ରୋଟୋକଲ୍ ଅନୁଯାୟୀ କର୍ତ୍ତାରପୁର କରିଡର ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ମନ୍ତ୍ରଣାଳୟ କହିଛି ଯେ ଗୃହ ବିଭାଗ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି ଏବଂ କୋଭିଡ ପ୍ରୋଟୋକଲ ଅନୁଯାୟୀ ପ୍ରତିବନ୍ଧକ କୋହ୍ଲ ହେବ ପରେ ଏ ସମ୍ପର୍କରେ ଆଲୋଚନା କରାଯାଇ କରିଡର ପୁଣି ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ। କରୋନା ମହାମାରୀ ଦୃଷ୍ଟିରୁ କର୍ତ୍ତାରପୁର କରିଡର ବନ୍ଦ ରଖାଯାଇଛି।

କର୍ତ୍ତାରପୁର କରିଡର ଖୋଲିବା ପାଇଁ ପାକିସ୍ତାନର ପ୍ରସ୍ତାବ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଗତ ବର୍ଷ କର୍ତ୍ତାରପୁର କରିଡର ଖୋଲିବା ସମୟରେ ଏବଂ ୨୦୧୯ ଅକ୍ଟୋବରରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ଚୁକ୍ତିରେ ଉଭୟ ପକ୍ଷ ଆବଶ୍ୟକ ସ୍ଥିର କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହି ନିଷ୍ପତ୍ତି ଅନୁଯାୟୀ, ଉଭୟ ଦେଶ ତୀର୍ଥଯାତ୍ରୀମାନଙ୍କ ନିରାପଦ ତଥା ପ୍ରତିବନ୍ଧକ ବିହୀନ ଗତିବିଧି ପାଇଁ ବୁଦ୍ଧି ରାବି ଚ୍ୟାନେଲରେ ଏକ ସେତୁ ନିର୍ମାଣ ସହିତ ଭିତ୍ତିଭୂମି ନିର୍ମାଣ ଉପରେ ସେତେବେଳେ ଗୁରୁତ୍ୱ ଦେଇଥିଲେ ମଧ୍ୟ ଗୋଟିଏ ବର୍ଷ ପରେ ମଧ୍ୟ ପାକିସ୍ତାନ କୌଣସି ପଦକ୍ଷେପ ନେଇନାହିଁ। ସେ କହିଛନ୍ତି ଯେ ପାକିସ୍ତାନ ସହ ଚଳିତ ବର୍ଷ ଅଗଷ୍ଟ ୨୭ରେ ଏକ ବୈଷୟିକ କମିଟି ବୈଠକ ହୋଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କିଛି ଅଗ୍ରଗତି ହୋଇନାହିଁ।

Comments are closed.