ରାହୁଲଙ୍କ ଶତକ : ଆରସିବି ପାଇଁ ୨୦୭ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲ ୨୦୨୦ର ଗୁରୁବାର ମ୍ୟାଚ୍ କେଏଲ ରାହୁଲଙ୍କ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ତେବେ ଆଜିର ମ୍ୟାଚ୍‌ରେ ଆରସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେଏଲ୍ ରାହୁଲଙ୍କ ଶତକ ବଳରେ ବିଶାଳ ୨୦୬ରନ୍ କରିଛି। ରାହୁଲ ୬୯ବଲରୁ ୧୩୨ରନର ଧୂଆଁଧାର ବ୍ୟାଟିଂ କରିଥିଲେ।

ବାଙ୍ଗାଲୋର ପକ୍ଷରୁ ଶିବମ ଦୁବେ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

Comments are closed.