କେତେ ସମ୍ପତ୍ତିର ଅଧିକାରୀ ଆରବିଆଇ?

0

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ପ୍ରାୟ ୯.୫୯ ଲକ୍ଷ ଟଙ୍କାର ନଗଦ ରାଶିରୁ କେନ୍ଦ୍ର ସରକାର ଭାଗ ମାଗିବା ପରେ ବିବାଦ ଉପୁଜିଛି। ଏହାର ପ୍ରଭାବ ଦେଶର ଅର୍ଥନୀତି ଓ ରାଜନୀତି ଉପରେ ପଡ଼ିଛି। ଏହି ପରିପ୍ରେକ୍ଷୀରେ ଆରବିଆଇର ସମ୍ପତ୍ତି କେତେ ଓ ଉତ୍ସ କଣ ତାହାକୁ ନେଇ ଆଲୋଚନା ହେଉଛି।
୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆରବିଆଇର ବାଲାନ୍ସ ସିଟ୍‍ ପରିମାଣ ଥିଲା ୩୬.୨ ଲକ୍ଷ କୋଟି। ମୋଟ ଦେୟ ପରିମାଣର ଅଧା ନଗଦ ଆକାରରେ ମୁଦ୍ରଣ ହେଉଥିବା ବେଳେ ରିଜର୍ଭ ବା ଗଚ୍ଛିତ ଜମା ଭାବେ ମୋଟ ସମ୍ପତ୍ତି ପରିମାଣର ୨୬% ରହିଛି। ସେହିପରି ଆରବିଆଇ ପାଖରେ ୫୬୬ ଟନ୍‍ ସୁନା ରହିଛି। ଆରବିଆଇର ଆୟ କିନ୍ତୁ ଆସିଥାଏ ବିଭିନ୍ନ ବୈଦେଶିକ ଓ ଭାରତ ସରକାରଙ୍କ ସରକାରୀ ବଣ୍ଡରୁ ମିଳୁଥିବା ସୁଧ ଆକାରରେ। ମୋଟ ବ୍ୟୟ ବାଦ୍‍ ଦେବା ପରେ ତାହା ରିଜର୍ଭ ଫଣ୍ଡରେ ଗଚ୍ଛିତ ରହୁଛି।
ରିଜର୍ଭ ବା ଗଚ୍ଛିତ ପାଣ୍ଠିରେ ନଗଦ ଓ ସୁନାର ପରିମାଣ(କରେନ୍ସି ଆଣ୍ଡ ଗୋଲ୍ଡ ରିଭେଲ୍ୟୁସନ୍‍ ଆକାଉଣ୍ଟ)ର ପରିମାଣ ହେଉଛି ୬.୯ ଲକ୍ଷ କୋଟି ଟଙ୍କା। ଭାରତ ସରକାରଙ୍କ ପ୍ରତିନିଧି ଭାବରେ ଆରବିଆଇ ଏତିକି ପରିମାଣର ସୁନା ଓ ନଗଦ ଟଙ୍କା ଗଚ୍ଛିତ ରଖୁଛି। ବଜାର ମୂଲ୍ୟ ଆଧାରରେ କରେନ୍ସି ଆଣ୍ଡ ଗୋଲ୍ଡ ରିଭେଲ୍ୟୁସନ୍‍ ଆକାଉଣ୍ଟ ପରିମାଣରେ ବୃଦ୍ଧି ବା ହ୍ରାସ ଘଟୁଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଯୋଗୁଁ ଆଉକଣ୍ଟରେ ୩୦.୫% ବୃଦ୍ଧି ଘଟିଥିଲା।
ଆରବିଆଇର କଣ୍ଟଜେନ୍ସି ଫଣ୍ଡର ମୂଲ୍ୟ ହେଉଛି ୨.୩ଲକ୍ଷ କୋଟି ବା ମୋଟ ସମ୍ପତ୍ତିର ୬.୪%। ନଗଦ ସଙ୍କଟ, ମୁଦ୍ରାସ୍ଫୀତି ଓ ମୁଦ୍ରା ସଙ୍କଟ ବେଳେ ଏହି ପାଣ୍ଠି ବିିନିଯୋଗ ହୁଏ। ୨୦୧୭-୧୮ ଆର୍ଥିକ ବର୍ଷର ପୂର୍ବ ତିନିବର୍ଷ ଧରି କଣ୍ଟିଜେନ୍ସ ଫଣ୍ଡକୁ କରେନ୍ସି ଆଣ୍ଡ ଗୋଲ୍ଡ ରିଭେଲ୍ୟୁସନ୍‍ ଆକାଉଣ୍ଟରୁ ସ୍ଥାନାନ୍ତର କରାଯାଇନଥିଲା। କଣ୍ଟିଜେନ୍ସି ଫଣ୍ଡକୁ ଯେତେ ଅଧିକ ସ୍ଥାନାନ୍ତର ହୁଏ ଆୟ ପରିମାଣ ସେତିକି କମ୍‍ ପ୍ରଦର୍ଶିତ ହୁଏ।

Leave A Reply