ଆର୍‌ବିଆଇ ପାଖରେ ଦେଶର ଶହେ ବଡ ଋଣ ଖିଲାପକାରୀଙ୍କ ସମ୍ପର୍କରେ ତଥ୍ୟ ନାହିଁ

ନୂଆଦିଲ୍ଲୀ: ଦେଶର ବଡ ବଡ ଋଣ ଖିଲାପକାରୀ ଏବଂ ଇଚ୍ଛାକୃତ ଋଣ ଖିଲାପକାରୀଙ୍କ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିକଟରେ କୌଣସି ତଥ୍ୟ ନାହିଁ । ଏକଥା କହିଛି ଭାରତର କେନ୍ଦ୍ରୀୟ ବ୍ୟାଙ୍କ। ଦେଶର ୫୦ ଜଣ ଇଚ୍ଛାକୃତ ଋଣ ଖିଲାପକାରୀଙ୍କୁ ୬୮,୬୦୦ ​କୋଟି ଟଙ୍କାର ଋଣ ଛାଡ କରିବାର ମାତ୍ର ୪ ମାସରୁ ଅଧିକ ସମୟରେ ରିଜର୍ଭ ବ୍ୟାଙ୍କ ନିକଟରୁ ଏହି ଜବାବ ମିଳିଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମଗାଯାଇଥିବା ତଥ୍ୟ ଆଧାରରେ ଏହି ଜଣାଯାଇଛି।
କଲକାତାଭିତ୍ତିକ ଜଣେ ସାମାଜିକ କର୍ମୀ ଆର୍‌ଟିଆଇରେ ରିଜର୍ଭ ବ୍ୟାଙ୍କକୁ ତଥ୍ୟ ମାଗିଥିଲେ। ଏଥିରେ କେଉଁସବୁ ୧୦୦ ଋଣ ଖିଲାପକାରୀ ଏବଂ ଇଚ୍ଛାକୃତ ଋଣ ଖିଲାପକାରୀ ପ୍ରତ୍ୟେକ ଖିଲାପକାରୀ ​ବ୍ୟାଙ୍କରୁ ‌କେତେ ପରିମାଣର ଋଣ ​‌​‌ନେଇଛନ୍ତି ଓ ଖିଲାପ କରିିଛନ୍ତି ସେ ସମ୍ପର୍କରେ ତଥ୍ୟ ମଗାଯାଇଛି। ଏହାଛଡା ସେମାନଙ୍କୁ କେଉଁ ସମୟରେ ଏହି ଋଣ ପ୍ରଦାନ କରାଯାଇଥିଲା ସେ ସମ୍ପର୍କରେ ମଧ୍ୟ ଆବେଦନକାରୀ ତଥ୍ୟ ଚାହିଁଛନ୍ତି। ଏଥିରେ ଆର୍‌ବିଆଇର ଉତ୍ତର ଥିଲା ଯେ, ଆମ ନିକଟରେ କୌଣସି ଋଣ ଖିଲାପକାରୀଙ୍କ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇନାହିଁ। ଚଳିତବର୍ଷ ଏପ୍ରିଲରେ ଆବେଦନକାରୀଙ୍କ ପକ୍ଷରୁ ଆଉ ଆର୍‌ଟିଆଇ ଜରିଆରେ ଇଚ୍ଛାକୃତ ଋଣ ଖିଲାପକାରୀଙ୍କୁ ଭାରତୀୟ ବ୍ୟାଙ୍କଗୁଡିକ କେତେ ପରିମାଣର ଋଣ ଛଡା କରିଛନ୍ତି ସେ ନେଇ ତଥ୍ୟ ମଗାଯାଇଥିଲା। ସେତେବେଳେ ଆର୍‌ବିଆଇ ଉତ୍ତରରେ ଏହି ଛାଡ ପରିମାଣ ୬୮,୬୦୦ କୋଟି ଟଙ୍କା ​ବୋଲି କହିଥିଲା, ଯାହାକୁ ନେଇ ବିରୋଧୀ ପ୍ରବଳ ହୋ ହଲ୍ଲା କରିଥିଲେ।

Comments are closed.