ନେତ୍ରହୀନ ନୋଟ୍‍ ଚିହ୍ନିବା ପା​ଇଁ ରିଜର୍ଭ ବ୍ୟାଙ୍କର ଆପ୍‍ ‘ମନି’

ମୁମ୍ବଇ : ମୋବାଇଲ୍‍ ସହାୟତାରେ ନୋଟ୍‍ ଚିହ୍ନିବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ‘ମନି’ ନାମକ ଏକ ମୋବାଇଲ୍‍ ଆପ୍‍ ବ୍ୟବସ୍ଥା ଆରମ୍ଭ କରିଛି । ଏହା ସାହାଯ୍ୟରେ ନେତ୍ରହୀନ ବ୍ୟକ୍ତିମାନେ ସହଜରେ ବିଭିନ୍ନ ମୂଲ୍ୟର ନୋଟ୍‍ଗୁଡ଼ିକୁ ଚିହ୍ନଟ କରିପାରିବେ। ଏହି ଆପ୍‍ ଉଭୟ ଆଣ୍ଡ୍ରଏଡ୍‍ ଓ ଆଇଓଏସ୍‍ ଅପରେଟିଙ୍ଗ୍‍ ବ୍ୟବସ୍ଥାରେ ଉପଲବ୍ଧ ହେଉଛି।

ବୁଧବାର ମୁମ୍ବାଇଠାରେ ରିଜର୍ଭ ବ୍ୟାଙ୍କ୍‍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଆପ୍‍ର ଶୁଭାରମ୍ଭ କରିଥିଲେ। ଅଫ୍‍ ଲାଇନ୍‍ ବ୍ୟବସ୍ଥାରେ ମଧ୍ୟ ଏହି ସୁବିଧା ମିଳିପାରିବ। ନୋଟ୍‍ଟିକୁ ମୋବାଇଲ୍‍ ଫୋନ୍‍ର କ୍ୟାମେରାରେ ସ୍କାନ୍‍ କଲେ ଆପ୍‍ ମାଧ୍ୟମରେ ଏହି ନୋଟ୍‍ଟି କେତେ ଟଙ୍କାର, ତାହା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଶୁଣିହେବ।

Comments are closed.