କ୍ଷୁଦ୍ର ଋଣ ଉପରେ ଲାଗୁ ହେବ ଅତିରିକ୍ତ ଦେୟ

କ୍ଷୁଦ୍ର ଋଣ ପ୍ରଦାନକାରୀ ଆର୍ଥିକ ସଂସ୍ଥା ସମେତ ସବୁ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପାଇଁ କ୍ଷୁଦ୍ର ଋଣ ଉପରେ ଅତିରିକ୍ତ ଦେୟ ଲାଗୁ କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରିଛି। ରିଜର୍ଭବ୍ୟାଙ୍କର ଉପ ଗଭର୍ଣ୍ଣର ରାଜେଶ୍ୱର ରାଓ କହିଛନ୍ତି, ବର୍ତ୍ତମାନର ଯେଉଁ ନିୟମକାନୁନ ରହିଛି ତାହା ଅକାମି ହୋଇ ପଡିଛି। ସେ କହିଛନ୍ତି ଯେ ଅଳ୍ପ ଆୟ କହୁଥିବା ପରିବାର ଗୁଡ଼ିକ ପାଇଁ ଋଣ ଉପଲବ୍ଧତା ଏବଂ ଋଣଦାତାମାନଙ୍କ ଦ୍ୱାରା କଠୋର ଋଣ ଆଦାୟ ପଦକ୍ଷେପରୁ ଋଣ ଗ୍ରହିତାମାନଙ୍କୁ ରକ୍ଷା କରିବା ସକାଶେ ଏହି ଅତିରିକ୍ତ ଫି’ ଏନ୍‍ବିଏଫ୍‍ସି ଏବଂ ଏମ୍‍ଏଫ୍‍ଆଇ ମାନଙ୍କ ଉପରେ ଲାଗୁ କରାଯବ। ସେ କହିଛନ୍ତି, ଶତକଡା ୭୦ଭାଗ ପର୍ଯ୍ୟନ୍ତ ଋଣ ଦେଉଥିବା କ୍ଷୁଦ୍ର ସଂସ୍ଥାଗୁଡ଼ିକ ଉପରେ ଏହି ନିୟନ୍ତ୍ରଣ ସର୍ତ୍ତ ଲାଗୁ କରାଯିବ ନାହିଁ।

Comments are closed.