ଗାଁରେ ସହଜରେ ମିଳିବ କ୍ରେଡିଟ୍‌ କାର୍ଡ; ଆରବିଆଇ ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ: ବ୍ୟାଙ୍କ ଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା​‌ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡକୁ ନେଇ ଆରବିଆଇ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ଆରବିଆଇ ନିର୍ଦ୍ଦେଶ ଅନୁସାରେ ଏଣିକି ବ୍ୟାଙ୍କ ଗୁଡ଼ିକ ଗ୍ରାହକ ମାନଙ୍କ ସହ ମନଇଚ୍ଛା କର୍ଡକୁ ନେଇ କୌଣସି କାର୍ଯ୍ୟ କରିପାରିବେ ନାହିଁ । ଯଦି କୌଣସି ଗ୍ରାହକ ଡେବିଟ୍‌ ହେଉକି କ୍ରେଡିଟ୍‌ କାର୍ଡ ବନ୍ଦ କରିବାକୁ ଚାହିଁବେ ତେବେ ବନ୍ଦ କରିପାରିବେ । ଆଉ କାର୍ଡ ଗୁଡ଼ିକୁ ବନ୍ଦ କରିବାକୁ ୭ ଦିନର ବ୍ୟବଧାନ ଦିଆଯିବ । ୭ଦିନ ମଧ୍ୟରେ ବ୍ୟାଙ୍କ ଗୁଡ଼ିକ ଯଦି କାର୍ଡ ଗୁଡ଼ିକ ବନ୍ଦ ନକରନ୍ତି ତେବେ କାର୍ଡଧାରୀଙ୍କୁ ବ୍ୟାଙ୍କ ଜରିମାନା ଦେବ ବୋଲି ଆରବିଆଇ କହିଛି ।

ଅନ୍ୟପଟେ ଆରବିଆଇ ଆହୁରି ମଧ୍ୟ କହିଛି କ୍ରେଡିଟ୍‌ କାର୍ଡଧାରୀ ଯଦି ବ୍ୟାଙ୍କରୁ କ୍ରେଡିଟ୍‌ କାର୍ଡ ନେବାର ଗୋଟିଏ ବର୍ଷ ମଧ୍ୟରେ ବ୍ୟବହାର ନକରନ୍ତି । ତେବେ ସେହି କ୍ରେଡିଟ କାର୍ଡକୁ ବ୍ୟାଙ୍କ ବନ୍ଦ କରିପାରିବ । ବ୍ୟାଙ୍କ କ୍ରେଡିଟ କାର୍ଡ ବନ୍ଦ କରିବା ପୂର୍ବରୁ ଏନେଇ ଗ୍ରାହକଙ୍କୁ ସୂଚନା ଦେବ । ସୂଚନା ଦେବାର ୩୦ ଦିନ ଯାଏ ବ୍ୟାଙ୍କ ଗ୍ରାହକଙ୍କ ପ୍ରତିକ୍ରିୟକୁ ଅପେକ୍ଷା କରିବ । ଯଦି ଗ୍ରାହକଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ନଆସେ ତେବେ ବ୍ୟାଙ୍କ କାର୍ଡକୁ ବାତିଲ କରିବ ।

ତାହାସହ କ୍ରେଡିଟ୍‌ କାର୍ଡକୁ ନେଇ ଗ୍ରାହକଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଆରବିଆଇ କହିଛି । ସବୁଠାରୁ ବଡ଼ କଥା ହେଉଛି ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମାଞ୍ଚଳର ବ୍ୟାଙ୍କ ଗୁଡ଼ିକ ମଧ୍ୟ ଗ୍ରାହକ ମାନଙ୍କୁ କ୍ରେଡିଟ୍‌ କାର୍ଡ ପ୍ରଦାନ କରିପାରିବେ । ହେଲେ କ୍ରେଡିଟ୍‌ କାର୍ଡ ପ୍ରଦାନ କରିବାକୁ ହେଲେ କିଛି ସର୍ତ୍ତ ରଖାଯାଇଛି ।

Comments are closed.